ଛତିଶଗଡ଼ରେ ରାହୁଲଙ୍କ ମନ୍ତବ୍ୟ: ସିଏଏ ପରେ ଜିଏସଟି ବଢ଼ିବ, ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ଛତିଶଗଡ଼ରେ ରାହୁଲଙ୍କ ମନ୍ତବ୍ୟ: ସିଏଏ ପରେ ଜିଏସଟି ବଢ଼ିବ, ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଥିଲେ, ନାଗରିକ ସଂଶୋଧନ ଆଇନ ପରେ ଜିଏସଟି ବଢ଼ିବ। ରାହୁଲଙ୍କ ଏଭଳି ମନ୍ତବ୍ୟର ଜବାବ କେନ୍ଦ୍ର ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ଜିକେ କିଶନ ରେଡ୍ଡୀ ଛିଗୁଲେଇ ଦେଇଛନ୍ତି। ବାରଣାସୀରେ କିଶନ ରେଡ୍ଡୀ ଦଳୀୟ ନେତାଙ୍କୁ ସମ୍ୱୋଧନ କରିବା ବେଳେ କହିଛନ୍ତି, ସିଏଏ, ଏନଆରସି ଏବଂ ଏନପିଆର କ’ଣ ରାହୁଲଙ୍କୁ ଜଣା ନାହିଁ। ରାହୁଲ କହୁଛନ୍ତି ସିଏଏ ଆସିଲା ଏବେ ଜିଏସଟି ବଢ଼ିବ। ତାଙ୍କୁ କେଉଁ ପଣ୍ଡିତ ଟ୍ୟୁସନ ପଢ଼ାଉଛନ୍ତି? ରାହୁଲଙ୍କୁ ଜଣେ ଭଲେ ଶିକ୍ଷକର ଟ୍ୟୁସନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ନାଗରିକତା ଆଇନକୁ ନେଇ ସାରା ଦେଶରେ ତର୍କ ବିତର୍କ ଚାଲିଥିବା ବେଳେ ସେ କହିଛନ୍ତି, ପଡ଼ୋଶୀ ତିନି ଦେଶର ଅଳ୍ପ ସଂଖ୍ୟକ ଧାର୍ମିକ ଉତ୍ପୀଡ଼ନାର ଶିକାର ହୋଇ ଭାରତକୁ ପଳାଇ ଆସୁଛନ୍ତି। ଯଦି ସେମାନେ ଭାରତ ନ ଆସିବେ ତାହେଲେ କ’ଣ ଇଟାଲୀ ଯିବେ? ଇଟାଲୀ ହିନ୍ଦୁ ଏବଂ ଶୀଖ ମାନଙ୍କୁ ଗ୍ରହଣ କରିବ ନାହିଁ। କାରଣ ସେମାନେ ଗରିବ।
ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧି ଛତିଶଗଡ଼ ଯାଇଥିଲେ। ଏହି ସମୟରେ ରାହୁଲ ଗାନ୍ଧି ଏନଆରସି ଏବଂ ଏନପିଆର ତୁଳନା ନୋଟବନ୍ଦୀ ସହ କରିଥିଲେ। ସିଏଏ ଆସିବା ପରେ ଏହି ଦୁଇ ଆଇନ ଆସିଲେ ଦେଶର ଜନତା ନୋଟବନ୍ଦୀ ଭଳି ହଇରାଣ ହେବେ। ଏହାପରେ ଜିଏସଟି ବଢ଼ିବ।
ରାହୁଲ ଗାନ୍ଧି ସମସ୍ତ କଥା ବିଚାର କରି ସଡ଼କକୁ ଆସିବା ଉଚିତ ବୋଲି କିଶନ ରେଡ୍ଡୀ ପରାମର୍ଶ ଦେଇଛନ୍ତି। ୨୦୧୧ରେ କଂଗ୍ରେସ ସରକାର ଥିଲା। ସେ ସମୟରେ ଅନେକ ରାଜ୍ୟରେ ଏନପିଆର ଲାଗୁ ହୋଇଛି। ୨୦୨୧ରେ ଭାରତ ସରକାର ଜନଗଣନା କରିବେ। ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ବଢ଼ିବ କି କମିବ ସେ ବାବଦରେ ନିଷ୍ପତ୍ତି ନିଆଯିବ। ସିଏଏ ଲାଗୁ ହେବା ଫଳରେ କୌଣସି ଭାରତୀୟ ତାଙ୍କ ନାଗରିକତ୍ୱ ହରାଇବେ ନାହିଁ। ତେଣୁ ଅଯଥାରେ କାନ କୁହା କଥାରେ ପଡ଼ି ଆନ୍ଦୋଳନ ହେଉଛି ବୋଲି ସେ କହିଛନ୍ତି।


from Odisha Reporter https://ift.tt/39wup24

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages