ଆଖି ବୁଜିଲେ ପୁଞ୍ଜିଲାଲଙ୍କ ମା’, ପାରୋଲ ପାଇଁ ଆବେଦନ କରିବ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

ଆଖି ବୁଜିଲେ ପୁଞ୍ଜିଲାଲଙ୍କ ମା’, ପାରୋଲ ପାଇଁ ଆବେଦନ କରିବ ପୁଅ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲ୍‌ରେ ସଜା କାଟୁଥିବା ବେଳେ ଗତକାଲି ଆଖି ବୁଜିଛନ୍ତି ତାଙ୍କ ମା’। ରୋଗାଗ୍ରସ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ପୂର୍ବାହ୍ନ ୧୧ ଟାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ହୋଇଥିଲା।

ମା’କୁ ମୁଖାଗ୍ନି ଦେବା ସହିତ ଶବ ସତ୍କାର କରିବା ପାଇଁ ଆଜି ପାଟଣାଗଡ ଏଡିଜେ କୋର୍ଟରେ ପାରୋଲ ପାଇଁ ଆବେଦନ କରିବେ ପୁଞ୍ଜିଲାଲ। ଗତକାଲିଠାରୁ ପୁଞ୍ଜିଲାଲଙ୍କ ମା’ଙ୍କ ଶବକୁ ବଲାଙ୍ଗିର ପୋଷ୍ଟମୋର୍ଟମ ୱାର୍ଡରେ ରଖାଯାଇଛି।

ସୂଚନାଯୋଗ୍ୟ,  ପାଟଣାଗଡ ଭୋଳାନାଥପଡ଼ାରେ ପାର୍ସଲ ବୋମା ବିସ୍ପୋରଣ ଘଟି ଇଂଜିନିୟର ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମା’ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା।  ନବବଧୂ ରୀମାରାଣୀ ଗୁରୁତର ଅବସ୍ଥାରେ ଦୀର୍ଘ ଦିନ ଧରି କଟକ ବଡ ମେଡିକାଲରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ।

ଏହି ମାମଲାରେ ଏକମାତ୍ର ମାଷ୍ଟରମାଇଣ୍ଡ ଭଇଁଷା କଲେଜ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଘଟଣାର ଦୁଇ ମାସ ପରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସେ ଏବେ ବିଚାରାଧିନ କଏଦୀ ଭାବେ ବଲାଙ୍ଗିର ଜେଲ୍‌ରେ ଅଛନ୍ତି।



from Odisha Reporter https://ift.tt/36GvrGU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages