ଆତ୍ମାହୁତି କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ଆଜି ଆଖି ବୁଜିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 19, 2020

ଆତ୍ମାହୁତି କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ଆଜି ଆଖି ବୁଜିଲେ

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ଆଖି ବୁଜିଲେ ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସ୍‌ପି ଅଫିସ୍‌ ସମ୍ମୁଖରେ ଆତ୍ମାହୁତି ଦେଇଥିବା ମିନାକ୍ଷୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା।

ଫେବୃଆରୀ ୧୨ ତାରିଖ ଦିନ ବ୍ରହ୍ମପୁର ଏସ୍‌ପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ମିନାକ୍ଷୀ। ପ୍ରଥମେ ଏମକେସି ଏବଂ ପରେ  ଗତ ୧୪ରେ ତାଙ୍କୁ କଟକ ଏସ୍‌ସିବି ସ୍ଥନାନ୍ତର କରାଯାଇଥିଲା। ପରେ ପୁଣି  ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସାମ୍ନାରେ ଏକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ ମିନାକ୍ଷୀ ମିଶ୍ର ଏବଂ ତାଙ୍କ ପୁଅ ରାଜା ମିଶ୍ର। ଏହି ମାମଲାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ମିନାକ୍ଷୀଙ୍କ ପୁଅ ରାଜା ମିଶ୍ର ବି ଥିଲେ। ଏହି ଘଟଣାକୁ ନେଇ ମିନାକ୍ଷୀ ଫେବୃଆରୀ ୧୨ରେ ଏସ୍‌ପିଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ନିଜ ଦେହରେ  କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ।



from Odisha Reporter https://ift.tt/2T0iguD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages