ପିକ୍‌ନିକ୍‌ରୁ ଫେରୁଥିଲା ବସ୍‌, ଦାରିଙ୍ଗିବାଡ଼ି ଘାଟିରେ ଘଟିଲା ଦୁର୍ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

ପିକ୍‌ନିକ୍‌ରୁ ଫେରୁଥିଲା ବସ୍‌, ଦାରିଙ୍ଗିବାଡ଼ି ଘାଟିରେ ଘଟିଲା ଦୁର୍ଘଟଣା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଦାରିଙ୍ଗିବାଡ଼ିରୁ ପିକ୍‌ନିକ୍‌ ସାରି ଏକ ଘରୋଇ କଲେଜ ଛାତ୍ରଛାତ୍ରୀଙ୍କୁ ଧରି ଭୁବନେଶ୍ୱର ଫେରୁଥିବା ବସ୍‌ର ଚକ ଫାଟିଯିବାରୁ ତାହା ଘାଟି ତଳକୁ ଖସିବାକୁ ବସିଥିଲା। ହେଲେ ସୌଭାଗ୍ୟବଶଃତ ଗାଡ଼ିଟି ଘାଟିରେ ଝୁଲିକି ରହିଗଲା।  ବିପଦକୁ ସାମନାରେ  ଦେଖି ମଧ୍ୟ ଛାତ୍ରଛାତ୍ରୀମାନେ ଭୟଭୀତ ନ ହୋଇ ଉପସ୍ଥିତ ବୁଦ୍ଧି ଖଟାଇ ବସ୍‌ର କାଚ ଭାଙ୍ଗି ବାହାରି ଆସିଥିବା ଜଣାଯାଇଛି। ଏପରି ଲୋମଟାଙ୍ଗୁରା ଘଟଣା ଗତ ରାତିରେ ଦାରିଙ୍ଗିବାଡି ଘାଟିରେ ଘଟିଛି। କିଛି ଦିନ ପୂର୍ବେ ଗଂଜାମ ଜିଲ୍ଲା ତପ୍ତପାଣିରେ ବସ୍‌ ଓଲଟିବା ଘଟଣା ମନରୁ ନ ଲିଭୁଣୁ ଏପରି ଘଟଣା ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଗଂଜାମ କନ୍ଧମାଳ ସିମାନ୍ତରେ ଥିବା ଦାରିଙ୍ଗିବାଡିକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ବଣଭୋଜି ସାରି ଫେରୁଥିବା ବେଳେ କିଛି ବାଟ ପରେ ଦାରିଙ୍ଗିବାଡି ଘାଟିରେ ଗାଡିର ଟାୟାର ଫାଟି  ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡ଼ିଟି ଏକ ଘାଟିରେ କିଛି ବାଟ ଯାଇ ଅଟକିଗଲା। ଏହାଦେଖି ସମସ୍ତ ଛାତ୍ରଛାତ୍ରୀ ଗାଡିର କାଚ ଭାଙ୍ଗି ବାହାରକୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ଫଳରେ ଏକ ବିରାଟ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଛନ୍ତି ।  ସୋରଡ଼ା ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଏକ ବସ୍‌ ଯୋଗେ ସୋରଡ଼ା ପହଞ୍ଚାଇଥିବା ଜଣାପଡିଛି  l



from Odisha Reporter https://ift.tt/2vWRbkp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages