ଟ୍ରକ୍‌କୁ ପିଟିଲା ବସ୍‌, ଚାଲିଗଲା ୧୪ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ଟ୍ରକ୍‌କୁ ପିଟିଲା ବସ୍‌, ଚାଲିଗଲା ୧୪ ଜୀବନ

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଭାଦନରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ବସ୍‌ ଧକ୍କା ଦେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଇଟାୱାସ୍ଥିତ ସାଇଫାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଏହି ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ସ୍ଲିପର୍‌ କୋଚ୍‌ ବସ୍‌ଟି ଦିଲ୍ଲୀରୁ ମୋତିହାରୀ(ବିହାର) ଅଭିମୁଖେ ଯାଉଥିଲା। ହେଲେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଭାଦନରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ  ଟ୍ରକ୍‌କୁ ବସ୍‌ଟି ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଜୋରରେ ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି।

ବସ୍‌ରେ ୪୦-୪୫ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ  ୩୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ସାଇଫାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାର ସଠିକ୍‌ କାରଣ ଜଣା ପଡ଼ି ନ ଥିଲେ ମଧ୍ୟ ବସ୍‌ ଚାଳକଙ୍କ ଆଖି ଲାଗିଯିବାରୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି।



from Odisha Reporter https://ift.tt/2SM0FXs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages