ନୂଆଦିଲ୍ଲୀ : ମଙ୍ଗଳବାର ଦୋହାରୁ ବ୍ୟାଙ୍କକ୍ ଯାଉଥିବା ଫ୍ଲାଇଟ୍ରେ ଥାଇଲାଣ୍ଡର ଜଣେ ମହିଳା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏଥିପାଇଁ ବ୍ୟାଙ୍କକ୍ ଯାଉଥିବା ଏହି ଫ୍ଲାଇଟ୍କୁ କୋଲକାତାରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ମହିଳା ଜଣକ କାତାର ଏୟାରୱେଜ୍ର କେବିନ କର୍ମଚାରୀଙ୍କ ସାହାଯ୍ୟରେ ଶିଶୁକୁ ଜନ୍ମ ଦେଇଥିଲେ।
ସୂଚନା ଅନୁସାରେ ଫ୍ଲାଇଟ୍ରେ ପ୍ରସବ ବେଦନା ପାଇବା ପରେ ଶିଶୁଟି ମଙ୍ଗଳବାର ରାତି ୩ଟାରେ ଜନ୍ମ ନେଇଥିଲା। ଏହାପରେ ଫ୍ଲାଇଟ୍ କୋଲକାତାରେ ଅବତରଣ ହୋଇଥିଲା। କୋଲକାତାରେ ଲ୍ୟାଣ୍ଡିଂ କରିବା ପରେ ମହିଳାଙ୍କୁ ସେଠାକାର ଏକ ପ୍ରାଇଭେଟ୍ ହସ୍ପିଟାଲ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମା’ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।
କୋଲକାତା ଏୟାରପୋର୍ଟ ଅଧିକାରୀଙ୍କ କହିବା ଅନୁସାରେ କାତାର ଏୟାରୱେଜ୍ର ପାଇଲଟ୍ ମେଡିକାଲ୍ ସାହାଯ୍ୟ ମାଗିବାରୁ ସକାଳ ୩ଟା ବାଜି ୯ ମିନିଟ୍ରେ ଦୋହାରୁ ବ୍ୟାଙ୍କକ୍ ଯାଉଥିବା ଫ୍ଲାଇଟ୍ QR-830କୁ ନିର୍ଦ୍ଧାରିତ ସମୟ ପୂର୍ବରୁ କୋଲକାତା ମେଡିକାଲ୍ ଗ୍ରାଉଣ୍ଡରେ ଅବତରଣ କରାଯାଇଥିଲା। ଏହି ସମୟରେ ଡାକ୍ତରଙ୍କର ପୂରା ଟିମ୍ ଉପସ୍ଥିତ ରହିଥିଲେ।
from Odisha Reporter https://ift.tt/2uiSeKI
No comments:
Post a Comment