ଅଲ-କାଏଦାର ୟେମେନ ମୁଖ୍ୟକୁ ହତ୍ୟା କଲା ଆମେରିକା ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 6, 2020

ଅଲ-କାଏଦାର ୟେମେନ ମୁଖ୍ୟକୁ ହତ୍ୟା କଲା ଆମେରିକା ସେନା

ଓ୍ୱାଶିଂଟନ: ଆମେରିକା ସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ସଂଗଠନ ଅଲକାଏଦା ଇନ୍ ଆରବିଆନ୍ ପେନିନସୁଲାର (ଏକ୍ୟୁଏପି) ପ୍ରତିଷ୍ଠାତା କସିମ ଅଲ-ରିମିର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି। ନିକଟରେ ଆମେରିକା ନୌସେନା ଉପରକୁ ଅଲ କାଏଦା ଆକ୍ରମଣ କରିଥିଲା। ଏହାପରେ ଆମେରିକା କାଉଣ୍ଟର ଆଟାକ କରି ଅଲ କାଏଦାର ୟେମେନ ମୁଖ୍ୟର ମୁଣ୍ଡ ଗଡ଼ାଇଛି।

ଏକ୍ୟୁଏପି ନିକଟରେ ଦାବି କରିଥିଲା, ‘ଫ୍ଲୋରିଡାରେ ଥିବା ଆମେରିକାର ନୌସେନା ବେସ ଉପରେ ଡିସେମ୍ୱର ୬ରେ ଏକ୍ୟୁଏପି ଆକ୍ରମଣ କରିଥିଲା। ଯେଉଁଥିରେ ତିନି ଆମେରିକା ସେନା ସାଉଦି ବାୟୁସେନା ଅଧିକାରୀଙ୍କ ଦ୍ୱାରା ନିହତ ହୋଇଥିଲେ’।

୨୦୧୫ରେ ଆମେରିକା ଏହି ଏକ୍ୟୁଏପି ସଂଗଠନକୁ ବିଶ୍ୱର ପ୍ରମୁଖ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରିଥିଲା। ରିମି ବାବଦରେ ସୂଚନା ଦେବା ପାଇଁ ୧ କୋଟି ଡଲାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଥିଲା।

ରିମିର ନେତୃତ୍ୱରେ ଏକ୍ୟୁଏପି ୟେମେନରେ ଅନେକ ହିଂସାତ୍ମକ କାର୍ଯ୍ୟକଳାପ ଘଟାଇଛି। ଏହାବାଦ ଆମେରିକା ସେନା ଏବଂ ଆମେରିକା ଉପରେ ମଧ୍ୟ ଆକ୍ରମଣ କରିଥିଲା ବୋଲି ଟ୍ରମ୍ପ ହ୍ୱାଇଟ୍ ହାଉସରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି। ରିମିର ମୃତ୍ୟୁ ପରେ ଆତଙ୍କବାଦୀ ସଂଗଠନ ଦୁର୍ବଳ ବୋଲି ଟ୍ରମ୍ପ ଆଶା ରଖିଛନ୍ତି। ତେବେ କେଉଁ ପରିସ୍ଥିତିରେ ରିମିଙ୍କୁ ହତ୍ୟା କରିବା ପାଇଁ ଆମେରିକା ସେନା ଅପରେଶନ କରିଥିଲା ସେ ବାବଦରେ ଟ୍ରମ୍ପ କିଛି ସୂଚନା ଦେଇ ନାହାନ୍ତି।



from Odisha Reporter https://ift.tt/375mTsj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages