ପୁଅ ଶବକୁ ଗାଁ ମଶାଣି ମନା; ଶେଷରେ ଗାତ ଖୋଳି ପୋତିଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

ପୁଅ ଶବକୁ ଗାଁ ମଶାଣି ମନା; ଶେଷରେ ଗାତ ଖୋଳି ପୋତିଲା ମା’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଶବକୁ ଅସମ୍ମାନ। ମୃତଦେହ ପ୍ରତି ମଧ୍ୟ ସାମାନ୍ୟ ମାନବିକତା ଦେଖାଇଲେ ନାହିଁ ଗ୍ରାମବାସୀ। ଗାଁ ମଶାଣିରେ ପୁଅର ଶେଷକୃତ୍ୟ କରିବାକୁ ଅନୁମତି ପାଇଲାନି ବୁଢ଼ି ମା’। ଶେଷରେ ୩ କିଲୋମିଟର ଦୂରେର ଥିବା ଏକ ପାହାଡ ତଳ ଅଞ୍ଚଳରେ ଗାତ ଖୋଳି ପୁଅ ମୃତଦେହକୁ କବର ଦେଲା ମା’। ଏପରି ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳ ସିଆଡିମାଳ ପଞ୍ଚାୟତ ଅନ୍ତର୍ଗତ ପୋଡାଶୁଳ ଗାଁରେ ଘଟିଛି। ମୃତଦେହକୁ ଉପଯୁକ୍ତ ସମ୍ମାନ ଦେବା ନିମନ୍ତେ ସରକାର ପ୍ରଣୟନ କରିଥିବା ହରିଶ୍ଚନ୍ଦ୍ର ଯୋଜନା ଏଠାରେ ଫେଲ୍‌ ମାରିଛି।

ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇ କମଳିନୀ ରଣାଙ୍କ ପୁଅର ମୃତ୍ୟୁ ହୋଇଥିଲା। ଘରଠାରୁ ମାତ୍ର ୧୦୦ ମିଟରେ ଦୂରରେ ଥିବା ମଶାଣିକୁ ପୁଅର ଶବଦାହ କରିବାକୁ ନେଇଥିଲା ମା’। ତେବେ ଗାଁ ଲୋକେ ସେଠାରେ ଶବଦାହ କରିବାକୁ ମନା କରିଥିଲ।

ଶେଷରେ ୩ କିଲୋମିଟର ଦୂରେର ଥିବା ଏକ ପାହାଡ ତଳ ଅଞ୍ଚଳରେ ପଡୋଶୀଙ୍କ ସହାୟତାରେ ପୁଅର ଶବକୁ ଏକ ଗାତ ଖୋଳି ପୋତିଦେଲା ମା’।  ଶବ ପୋତା ଯାଇଥିବା ସ୍ଥାନରୁ ମାତ୍ର ୩୦୦ ମିଟର ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ ଥିଲେ ସୁଦ୍ଧା ସରପଞ୍ଚ କିମ୍ବା ଅନ୍ୟ କର୍ମଚାରୀ ଏ ସମ୍ପର୍କରେ କିପରି ଜାଣିପାରିନଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଏ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ ହୋଇପାରିନଥିବାବେଳେ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିବା ସହ ଏକ ମେଡିକାଲ ଟିମ୍ ପଠାଇ ଯାଞ୍ଚ କରିବେ ବୋଲି କହିଛନ୍ତି।



from Odisha Reporter https://ift.tt/2VRq19b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages