ରିକ୍ସାରେ ବୋହି ବହି ବାଣ୍ଟିଲେ ପ୍ରଧାନଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 25, 2020

ରିକ୍ସାରେ ବୋହି ବହି ବାଣ୍ଟିଲେ ପ୍ରଧାନଶିକ୍ଷକ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ସାନଖେମୁଣ୍ଡି ବ୍ଲକ୍‌ ପୁଡ଼ାମାରୀ ଗାଁରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଘର ଘର ବୁଲି ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେଉଛନ୍ତି। ଗାଁ ସ୍କୁଲର ପ୍ରଧାନଶିକ୍ଷକ ସଦାଶିବ ପାଢ଼ୀ ନିଜେ ରିକ୍ସା ଚଲାଇ ପାଠ୍ୟ ପୁସ୍ତକ ବୋହି ନେଉଥିବା ଦେଖିବାକୁ ମିଳିଛି। ସ୍କୁଲ୍‌ର ଶିକ୍ଷୟିତ୍ରୀ ମାନେ ତାଙ୍କ ପଛରେ ଚାଲି ଚାଲି ଯାଇ ଛାତ୍ରଛାତ୍ରୀଙ୍କୁ ବହି ବାଣ୍ଟିବାରେ ସହାୟତା କରୁଛନ୍ତି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବହି ବଣ୍ଟାଯାଉଛି।


ପ୍ରଧାନଶିକ୍ଷକ ରିକ୍ସାରେ ବହି ବୋହି ନେବାର ଭିଡିଓ ଭାଇରଲ ହେବା ପରେ ଗଞ୍ଜମ ଜିଲାପାଳ ଓ ବିଜେପିର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ର ତାଙ୍କୁ ପ୍ରଶଂସା କରିଛନ୍ତି। ସେମାନେ ସୋଶାଲ୍ ମିଡିଆରେ ମଧ୍ୟ ଏ ସଂପର୍କରେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/3aBcpCH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages