ଆଉ ୫ କରୋନା ପଜିଟିଭ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଆଉ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି।  ପୂର୍ବରୁ ଏହି ସଂଖ୍ୟା ୧୦୩ ଥିବା ବେଳେ ଏବେ ନୂଆ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଏଡି ସୂଚନା ଦିଆଯାଇଛି।

ବାଲେଶ୍ୱରରେ ପୂର୍ବରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୧୫ରେ ପହଞ୍ଚିଛି।  ନୂଆ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣା ପଡ଼ି ନ ଥିବା ବେଳେ ସେମାନଙ୍କୁ କେଉଁଠି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ତାହା ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ଏବେ ୬୭ କରୋନା ଆକ୍ରାନ୍ତଙ୍କର ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲା ଅର୍ଥାତ ଭୁବନେଶ୍ୱରରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଦ୍ୱିତୀୟ ସର୍ବାଧିକ ଯାଜପୁରରେ ୧୮ ଏବଂ ଭଦ୍ରକରେ ୧୬ ଜଣ ଚିହ୍ନଟ ହୋଇଛନ୍ତି। ଏହାପରେ ବାଲେଶ୍ୱରରେ  ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି।

ଶନିବାର ଯାଜପୁର ଜିଲ୍ଲାରେ ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ,  ସୁନ୍ଦରଗଡ଼ ଜିଲ୍ଲାରୁ ନୂଆ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୁନ୍ଦରଗଡ଼ର ୩ ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ତେବେ ପୂର୍ବରୁ ଆକ୍ରାନ୍ତ ଥିବା ୩ ଜଣ ସୁସ୍ଥ ହୋଇସାରିଛନ୍ତି ।

 

 



from Odisha Reporter https://ift.tt/2W3QbUD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages