ଲକଡାଉନ୍: ପୁଲିସ ଅଧିକାରୀଙ୍କ ହାତ କାଟି ଆକ୍ରମଣକାରୀ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ଲକଡାଉନ୍: ପୁଲିସ ଅଧିକାରୀଙ୍କ ହାତ କାଟି ଆକ୍ରମଣକାରୀ ଫେରାର

ଚଣ୍ଡିଗଡ: ପଞ୍ଜାବର ପଟିଆଲାରେ ଥିବା ପରିବା ମଣ୍ଡିରେ ଅଭାବନୀୟ ଘଟଣା ଘଟିଛି। ଲକଡାଉନ ବେଳେ ପରିବା କିଣିବା ପାଇଁ ଆସି ପୁଲିସ ଉପରକୁ ଆକ୍ରମଣ କରିଛନ୍ତି ୪-୫ ଆକ୍ରମଣକାରୀ। ଛୁରୀରେ ଆକ୍ରମଣ କରିବାରୁ ଜଣେ ପୁଲିସ ଅଧିକାରୀଙ୍କ ହାତ କଟିଯାଇଛି। ସେହିପରି ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ପୁଲିସ କହିଛି, ୪-୫ ଜଣ ନହଁଙ୍ଗୋ (ପରମ୍ପରାଗତ ଭାବେ ଛୋଟିଆ ଛୁରୀ ରଖିବାକୁ ଅନୁମତି ପାଇଥିବା ଶିଖ୍) ଏକା ସାଙ୍ଗରେ ଗୋଟିଏ ଗାଡ଼ିରେ ଆସିଥିଲେ। ସକାଳ ୬ଟା ବେଳେ ମଣ୍ଡି ବଜାରରେ ଥିବା ପୁଲିସ ଅଧିକାରୀ ଏମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପୁଲିସ ଅଧିକାରୀ ଜଣଙ୍କ ପାସ୍ ଦେଖାଇବାକୁ କହିଥିଲେ। ହେଲେ ସେମାନେ ଗାଡ଼ିର ଡୋରକୁ ହଠାତ୍ ଧକ୍କା ମାରିଥିଲେ। ଏହାପରେ ପୁଲିସ ଅଧିକାରୀ ଜଣଙ୍କ ଆହତ ହୋଇଥିଲେ ବୋଲି ପଟିଆଲାର ବରିଷ୍ଠ ପୁଲିସ ଅଧିକାରୀ ମନଦୀପ ସିଂହ ସିଦ୍ଧୁ କହିଛନ୍ତି।

ଏହି ବ୍ୟକ୍ତିମାନେ ଛୁରୀରେ ଏସଆଇଙ୍କ ହାତ ମଧ୍ୟ କାଟି ଦେଇଛନ୍ତି। ସେହିପରି ପଟିଆଲା ସଦର ଥାନାର ପ୍ରଭାରୀଙ୍କ କହୁଣୀରେ ଗଭୀର ଆଘାତ ଲାଗିଛି। ଏସଆଇଙ୍କୁ ରାଜେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ପିଜିଆଇଏମଇଆର ଚଣ୍ଡିଗଡକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଉପରକୁ ଆକ୍ରମଣ କରିବା ପରେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ପୟ, ଞ୍ଜାବରେ ଲକଡାଉନ୍ ସହିତ କର୍ଫ୍ୟୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ପୁଲିସ ଉପରକୁ ତିନି ଥର ଆକ୍ରମଣ ହୋଇଛି।



from Odisha Reporter https://ift.tt/3ecQuVz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages