‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ହାଇଦ୍ରାବାଦ: ଓଡ଼ିଆ ଆଥ୍‌ଲେଟ୍ ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦ ହାଇଦ୍ରାବାଦରେ ଥିବା ଆମେରିକା କାଉନସେଲ ଜେନେରାଲ ଜୋଏଲ ରେଇଫମନଙ୍କ ସହ ଭରଚୁଆଲ ମିଡିଅମରେ କଥାବାର୍ତ୍ତା ହୋଇଛନ୍ତି। ଏହି କଥାବାର୍ତ୍ତା ବେଳେ ଦୂତି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ବିଗତ କିଛି ବର୍ଷ ହେବ ଦୂତୀ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ସେ କିନ୍ତୁ ତାଙ୍କ ନିନ୍ଦୁକଙ୍କ କଥାକୁ ଖାତିର କରନ୍ତି ନାହିଁ ବୋଲି କହିଛନ୍ତି।

ଦୌଡରାଣୀ ଦୂତି ଜୋଏଲ ରେଇଫମନଙ୍କୁ କହିଛନ୍ତି, “ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ। ପ୍ରେମ କରିବା ବେଳେ ଜଣେ ଜାତି, ଧର୍ମ ଏବଂ ଲିଙ୍ଗକୁ ଦେଖେ ନାହିଁ। ଗତ ବର୍ଷ ମେ ମାସରେ ମୁଁ ମୋର ପ୍ରେମ ସମ୍ପର୍କ ବାବଦରେ କହିଥିଲି। ସେ ଆମ ଗାଁ ପାଖର ଝିଅ। ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ଲୁଚାଇ ରଖିବା ଅପେକ୍ଷା ଖୋଲି କରି କହିବା ଠିକ୍ । ମୋର ସହଯୋଗୀ ମୋତେ ସମର୍ଥନ କରୁଛନ୍ତି। ମୁଁ ମୋ ଲାଇଫ୍ ତଆରି କରୁଛି। ଅନେକ ଲୋକ ଅନେକ କଥା କହୁଛନ୍ତି। କିଏ ଗେ, ଲେସବିଆନ୍ ଇତ୍ୟାଦି କହୁଛନ୍ତି। ମୁଁ  କିନ୍ତୁ ଏ କଥାକୁ ଖାତିର କରେ ନାହିଁ। ଆମକୁ ପରସ୍ପର ସହିତ ମିଶି ଜୀବନ କାଟିବାର ଅଛି”।

“ଯଦିଓ ମୋର ପରିବାର ଏବଂ ବଡ଼ ଭଉଣୀ ଆମର ସମ୍ପର୍କକୁ ବିରୋଧ କରୁଛନ୍ତି। ହେଲେ ମୁଁ ଏହାକୁ ଖାତିର କରେନି। ମୋତେ ମୋର ସହଯୋଗୀ ସହିତ ଜୀବନ ବିତାଇବାର ଅଛି। ଏହା ମୋର ନିଷ୍ପତ୍ତି”।

ଯେଉଁମାନେ ସମଲିଙ୍ଗୀ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନେ ଖୋଲି କରି କହିବା ଦରକାର। କାରଣ ଏ ବିଶ୍ୱ ସବୁବେଳେ ଭଲ କଥାକୁ ଗ୍ରହଣ କରେ। ତେଣୁ, ଦୟାକରି ଏଭଳି ସମ୍ପର୍କକୁ ଲୁଚାନ୍ତୁ ନାହିଁ ବୋଲି ଦୂତୀ ଆହ୍ୱାନ କରିଛନ୍ତି।

The post ‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’ appeared first on Odisha Reporter.



from Odisha Reporter https://ift.tt/2VITUYH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages