ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନ ସାଢ଼େ ୫ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହେବ। ଭୁବନେଶ୍ୱର ବାହାରେ ଥିବା ମନ୍ତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହେବାକୁ କୁହାଯାଇଛି।
ସୂଚନା ଅନୁସାରେ, କ୍ୟାବିନେଟ ବୈଠକରେ ମୋଟ ୧୮ଟି ଏଜେଣ୍ଡା ସ୍ଥାନ ପାଇବାର ସମ୍ଭାବନା ରହିଛି। ବିଶେଷ କରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ , ଏମଏସଏମଇ, ଗୃହ ବିଭାଗ ଆଦିର ମୋଟ ୧୮ଟି ଏଜେଣ୍ଡାକୁ ସାମିଲ କରାଯାଇଥିବା ଜଣାପଡ଼ିଛି।
The post ଆଜି ରାଜ୍ୟ କ୍ୟାବିନେଟ ବୈଠକ appeared first on Odisha Reporter.
from Odisha Reporter https://ift.tt/2XS3edz
No comments:
Post a Comment