ମୋହନା(ମିହିର ଜତି): ଭିଜିଲାନ୍ସ ଜାଲରେ ଯୋଗାଣ ନିରୀକ୍ଷକ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଯୋଗାଣ ନୀରିକ୍ଷକ ସବ୍ୟସାଚୀ ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଏକ ବିଲ୍ ପାସ୍ କରାଇବା ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା ।
ଗଂଜାମ ଜିଲ୍ଲା ଧରାକୋଟ ଜାହାଡ଼ା ଗାଁର ଶିବ ପଲାଇଙ୍କଠାରୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ୍ ଓ ପୁରୀ ଚନ୍ଦନପୁରସ୍ଥିତ ବାସଭବନରେ ଚଢ଼ାଉ କରିଛି ।
The post ଲାଞ୍ଚ ନେଉଥିଲେ ଯୋଗାଣ ନିରୀକ୍ଷକ, ଧରି ଦେଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/32re6AC
No comments:
Post a Comment