ସଉଦା କିଣିବାକୁ ଯିବା ବେଳେ ଧକ୍କା ଦେଲା ବସ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

ସଉଦା କିଣିବାକୁ ଯିବା ବେଳେ ଧକ୍କା ଦେଲା ବସ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ସଉଦା କିଣିବାକୁ ଘରୁ ଯାଉଥିବା ବେଳେ ବସ୍‌ ଧକ୍କାରେ ଜୀବନ ଗଲା। କେନ୍ଦ୍ରାପଡ଼ା ଏନ୍ଏଚ୍- ୫ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ଆଜି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ବସ୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ହଳଦିଆପଡ଼ାର ବିକାଶ ନାୟକ। ଉତ୍ତ୍ୟକ୍ତ ଲୋକେ ବସ୍‌ ଜାଳି ଦେଇଥିବା ବେଳେ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।

ସୂଚନ ଅନୁଯାୟୀ, ବିକାଶ ଆଜି ସକାଳ ପ୍ରାୟ ୮ଟାରେ ସଉଦା ଆଣିବା ପାଇଁ ବାଇକ୍‌ ଧରି ମାର୍ଶଘାଇ ଅଭିମୁଖେ ଯାଉଥିଲେ। ଉକ୍ତ ସମୟରେ କଲିକତାରୁ ପାରାଦୀପ ଅଭିମୁଖେ ‘ଲୋକନାଥ’ ନାମକ ବସ୍‌ ଦ୍ରୁତ ଗତିରେ ଯାଉଥିଲା। ହଳଦିଆପଡ଼ା ରାଧାଭାଟି ନିକଟରେ ମୁହାଁମୁହିଁ ଧକ୍କା ହେବାରୁ ବସ୍‌ଟି ବିକାଶଙ୍କୁ ବହୁତ ବାଟ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବସ୍‌‌ଟିକୁ ଜାଳି ଦେଇଛନ୍ତି। ଏଥିଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।  ଖବର ପାଇ ମାର୍ଶାଘାଇ ଆଇଆଇସି, ଏସଡିପିଓ, ତହସିଲଦାର, ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦମକଳ ବାହିନୀ ପହଞ୍ଚି ବସ୍‌ରୁ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିବା ବେଳେ ଯାନବାହନ ଚଳାଚଳକୁ ସ୍ୱାଭାବିକ କରିବା ନିମନ୍ତେ ପ୍ରୟାସ ଜାରି ରହିଥିବା ଜଣାଯାଇଛି।

The post ସଉଦା କିଣିବାକୁ ଯିବା ବେଳେ ଧକ୍କା ଦେଲା ବସ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକ appeared first on Odisha Reporter.



from Odisha Reporter https://ift.tt/2YYXVto

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages