ଗର୍ଭାବସ୍ଥା ପରେ କେଶ ଝଡୁଛି କି ? ଜାଣିରଖନ୍ତୁ ଏହାର ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 28, 2020

ଗର୍ଭାବସ୍ଥା ପରେ କେଶ ଝଡୁଛି କି ? ଜାଣିରଖନ୍ତୁ ଏହାର ଘରୋଇ ଉପଚାର

ସାଧାରଣତଃ ଗର୍ଭାବସ୍ଥା ପରେ ମହିଳାଙ୍କର କେଶ ଝଡ଼ିବା ଆରମ୍ଭ ହୋଇଥାଏ। ଏହାର କାରଣ ମହିଳାଙ୍କ ଶରୀରରେ ଆଣ୍ଡ୍ରୋଜେନ୍‌ ହରମୋନର ସ୍ତର କମିବା ଆରମ୍ଭ କରିଥାଏ। ଆହୁରି ମଧ୍ୟ ଗର୍ଭାବସ୍ଥା ପରେ ମହିଳାଙ୍କ ଶରୀରରେ ହେଉଥିବା ହରମୋନାଲ୍‌ ପରିବର୍ତ୍ତନ ଯୋଗୁଁ ତ୍ୱଚା ଓ କେଶ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଯାହା ଯୋଗୁଁ କେଶ ଝଡ଼ିବା ପରି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ କେବଳ ମେଡିସିନ୍‌ ନୁହେଁ, କିଛି ଘରୋଇ ଉପଚାର ମଧ୍ୟ କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା ଗର୍ଭାବସ୍ଥା ପରେ କେଶ ଝଡ଼ିବା ନିୟନ୍ତ୍ରଣ କରିବା ପାଇଁ ୫ଟି ଘରୋଇ ଉପଚାର।

୧. କେଶକୁ ପୋଷଣ ଦେବା ପାଇଁ ଅଁଳାକୁ ବ୍ୟବହାର କରାଯାଇଥାଏ। ଏହା ଏକ ଶକ୍ତିବର୍ଦ୍ଧକ ଟନିକ, ଯାହାକୁ ଆପଣ ଜୁସ୍ ଭାବରେ ଡାଏଟରେ ମଧ୍ୟ ସାମିଲ କରିପାରିବେ। କେଶ ଝଡ଼ିବା ବନ୍ଦ କରିବା ପାଇଁ ଅଁଳା ସାହାଯ୍ୟ କରିଥାଏ। ଆପଣ ଚାହିଁଲେ ଅଁଳା ତେଲକୁ କେଶ ମୂଳରେ ମଧ୍ୟ ମାଲିସ କରିପାରିବେ।

୨. ଯଦି ଗର୍ଭାବସ୍ଥା ପରେ କେଶ ଝଡୁଛି, ତେବେ କେଶରେ ଭୃଙ୍ଗରାଜ ତେଲ ବ୍ୟବହାର କରନ୍ତୁ। ଔଷଧୀୟ ବୃକ୍ଷ ଭୃଙ୍ଗରାଜର କିଛି ପତ୍ର ଆଣି ପେଷ୍ଟ କରନ୍ତୁ। ଏହାପରେ ଏଥିରେ କ୍ଷୀର ମିଶାଇ କେଶ ମୂଳରେ ଲଗାନ୍ତୁ। ଦେଖିବେ କେଶ ଝଡ଼ିବା ବନ୍ଦ ହୋଇଯିବ।

୩. ଜଡ଼ା ତେଲରେ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି। ଯାହା କେଶ ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ। ଉଷୁମ ବାଦାମ କିମ୍ୱା ନଡ଼ିଆ ତେଲରେ ଜଡ଼ା ତେଲ ମିଶାଇ ଏହାକୁ କେଶ ମୂଳରେ ମାଲିସ କରନ୍ତୁ। ଦେଖିବେ ଆପଣଙ୍କ କେଶ ଝଡ଼ିବା ବନ୍ଦ ହେବା ସହ କେଶ ନରମ ରହିଥାଏ।

୪. ସେହିପରି କେଶକୁ ପୋଷଣ ଦେବା ପାଇଁ କେଶ ମୂଳରେ ତେଲ ମାଲିସ କରନ୍ତୁ। ଯଦି ଆପଣଙ୍କ କେଶ ମୂଳ ଡ୍ରାଏ ହେଉଛି ତେବେ ତେଲ ମାଲିସ କଲେ କେଶ ନରମ ହୋଇଥାଏ। କେବଳ ଏତିକି ନୁହେଁ, କେଶ ମୂଳରେ ତେଲ ମାଲିସ କଲେ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ ଏବଂ କେଶ ମୂଳ ମଜବୁତ ହୋଇଥାଏ।

୫. କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଅଣ୍ଡା ଭଲ କାମ କରିଥାଏ। ଏଥିପାଇଁ ଅଣ୍ଡାର ଧଳା ଅଂଶକୁ ଏକ ପାତ୍ରରେ ବାହାର କରି ଏଥିରେ ୩ ଚାମଚ ଅଲିଭ୍‌ ଅଏଲ୍‌ ମିଶାନ୍ତୁ। ଏହି ମିଶ୍ରଣକୁ କେଶ ମୂଳରେ ଲଗାନ୍ତୁ। ଦେଖିବେ ଆପଣଙ୍କ କେଶ ଝଡ଼ିବା ଅନେକାଂଶରେ କମ୍‌ ହୋଇଯିବ।

The post ଗର୍ଭାବସ୍ଥା ପରେ କେଶ ଝଡୁଛି କି ? ଜାଣିରଖନ୍ତୁ ଏହାର ଘରୋଇ ଉପଚାର appeared first on Odisha Reporter.



from Odisha Reporter https://ift.tt/2TBduEO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages