ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ତ୍ରିରଙ୍ଗା ପରିପ୍ରେକ୍ଷୀରେ ଦେଇଥିବା ବୟାନକୁ ନେଇ ବିବାଦ ଜୋର୍ ଧରିଛି। ସୋମବାର ବିଜେପି କର୍ମୀମାନେ ମେହବୁବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୁପଓ୍ୱାଡ଼ାର ବିଜେପି କାର୍ଯ୍ୟକର୍ତ୍ତାମାନେ ଶ୍ରୀନଗରରସ୍ଥିତ ଲୋକପ୍ରିୟ ଲାଲଚୌକଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ପୁଲିସ 4 ବିଜେପି କର୍ମୀଙ୍କୁ ଉଠାଇନେଇଥିଲା।
ତେବେ ପରବର୍ତ୍ତୀ ସମୟରେ ଅଟକ ରଖିଥିବା ବିଜେପି କର୍ମୀଙ୍କୁ ପୁଲିସ ଛାଡ଼ିଦେଇଛି। ସେପଟେ ଜମ୍ମୁରେ ମଧ୍ୟ ମେହବୁବାଙ୍କ ବିପକ୍ଷରେ ସ୍ୱର ଶାଣିତ ହୋଇଛି। ଏନେଇ ପ୍ରଦର୍ଶନକାରୀମାନେ ତ୍ରିରଙ୍ଗା ଯାତ୍ରା ଏବଂ ନାରାବାଜୀ କରୁଛନ୍ତି।
ଗତ କିଛି ଦିନ ତଳେ ମେହବୁବା ମୁଫତି ନଜରବନ୍ଦୀରୁ ମୁକ୍ତ ହୋଇଛନ୍ତି। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କାଶ୍ମୀରରେ 370 ଧାରା ପୁଣି ଲାଗୁ ନ କରିବା ପର୍ଯ୍ୟନ୍ତ ସେ ତ୍ରିରଙ୍ଗା ଉଠାଇବେନି ଏବଂ ନିର୍ବାଚନ ମଧ୍ୟ ଲଢ଼ିବେନି ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ମେହବୁବାଙ୍କ ସାମ୍ମୁଖରେ ଜମ୍ମୁ-କାଶ୍ମୀରର ପୁରୁଣା ପତାକା ରଖାଯାଇଥିଲା। ଏ ସବୁ ପରେ ସାରା ଦେଶରେ ମେହବୁବାଙ୍କୁ ନିନ୍ଦା କରାଯାଉଛି ଏବଂ ବିରୋଧ ଦେଖିବାକୁ ମିଳିଛି।
ଜାତୀୟ ପତାକାକୁ ନେଇ ଏଭଳି ଅପମାନଜନକ ଟିପ୍ପଣୀକୁ ନେଇ ଜମ୍ମୁରେ ପିଡିପି କାର୍ଯ୍ୟାଳୟ ସାମ୍ନାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି କାଶ୍ମୀରରେ ମଧ୍ୟ ବିଜେପି କର୍ମୀମାନେ ମେହବୁବାଙ୍କ ବିପକ୍ଷରେ ତ୍ରିରଙ୍ଗା ରାଲିର ଆୟୋଜନ କରିଛନ୍ତି।
The post ମେହବୁବାଙ୍କ ବୟାନକୁ ନେଇ ଜମ୍ମୁରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ appeared first on Odisha Reporter.
from Odisha Reporter https://ift.tt/3mm2VBF
No comments:
Post a Comment