ନୂଆଦିଲ୍ଲୀ: ଯୌନ ଆଭିମୁଖ୍ୟକୁ ନେଇ ବିବାଦରରେ ଫସିବା ପରେ ସ୍ପଷ୍ଟୀକରଣ ଦେଇଛି ଦେଶର ଅନ୍ୟତମ ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍। କମ୍ପାନୀର ଗୋପନୀୟତା ନୀତିରେ(ପ୍ରାଇଭେସି ପଲିସି) ଯୌନ ଆଭିମୁଖ୍ୟକୁ ନେଇ ଅଭିଯୋଗ ହୋଇଥିଲା। ଏହାପରେ ସ୍ପଷ୍ଟୀକରଣ ରଖିବାକୁ ଯାଇ ଏୟାରଟେଲ୍ ତ୍ରୁଟି ପାଇଁ ଦୁଃଖିତ ବୋଲି କହିଛି।
ଏୟାରଟେଲର ଗୋପନୀୟତା ନୀତିରେ ଉଲ୍ଲେଖ କରାଯାଇଥିଲା ଯେ ଏୟାରଟେଲ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଏବଂ ପିଢ଼ୀର ସୂଚନା, ଯୌନ ଆଭିମୁଖ୍ୟ, ଜାତିଗତ ଏବଂ ଜାତି, ଟ୍ରେଡ ୟୁନିଅନର ସଦସ୍ୟତା, ଆର୍ଥିକ ସୂଚନା ଏବଂ ରାଜନୀତିକ ମତ ସଂଗ୍ରହ କରିପାରିବ ଏବଂ ଅନ୍ୟ କାହାକୁ ମଧ୍ୟ ଏ ବାବଦରେ ସୂଚନା ଦେଇପାରିବ। ପ୍ରାଇଭେସି ପଲିସିକୁ ସାଇନ୍ ଇନ୍ କରିବା ବେଳେ ଏୟାରଟେଲ୍ ପକ୍ଷରୁ କୁହାଯାଇଥିଲା ଉପଭୋକ୍ତାଙ୍କ ଉପରୋକ୍ତ ତଥ୍ୟକୁ ସଂଗ୍ରହ କରେ।
ଏମିତିକି “ଆମ ଦ୍ୱାରା ସଂଗୃହିତ ଏବଂ ରଖାଯାଇଥିବା ବ୍ୟକ୍ତିଗତ ସୂଚନା, ଆପଣଙ୍କ ନାମ, ବାପାଙ୍କ ନାମ, ମାଆଙ୍କ ନାମ, ପତିପତ୍ନୀଙ୍କ ନାମ, ଜନ୍ମ ତାରିଖ, ବର୍ତ୍ତମାନର ଏବଂ ପୂର୍ବ ଠିକଣା, ଟେଲିଫୋନ୍ ନମ୍ବର, ମୋବାଇଲ୍ ଫୋନ୍ ନମ୍ବର, ଇମେଲ୍ ଠିକଣା, ବୃତ୍ତି ଅନ୍ତର୍ଭୁକ୍ତ କରିପାରେ। ଏଥିସହ ପରିଚୟର ପ୍ରମାଣ ଏବଂ ଠିକଣାର ପ୍ରମାଣ ଭାବରେ ବ୍ୟବହୃତ ତଥ୍ୟକୁ ଆଧାର କରିପାରେ। ଏହାକୁ ନେଇ ବିବାଦ ବଢ଼ିବା ସହିତ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହାପରେ ଏୟାରଟେଲ ସ୍ପଷ୍ଟୀକରଣ ରଖିଛି।
“କମ୍ପାନୀର ୱେବସାଇଟ୍ ରେ ଦର୍ଶାଯାଇଥିବା ଗୋପନୀୟତା ନୀତି ସମ୍ବନ୍ଧରେ କମ୍ପାନୀ ନଜରକୁ କିଛି ରିପୋର୍ଟ ସାମ୍ନାକୁ ଆସିଛୁ। ଆମେ ସ୍ପଷ୍ଟୀକରଣ କରିବାକୁ ଯାଉଛି ଯେ ଆମେ ମଧ୍ୟ ଗ୍ରାହକଙ୍କ ଗୋପନୀୟତାକୁ ଗୁରୁତ୍ୱ ଦେଉ। ସେଭଳି ତଥ୍ୟ ଏୟାରଟେଲ୍ ଗ୍ରାହକଙ୍କର ସଂଗ୍ରହ କରେ ନାହିଁ। ଯାହା ଓ୍ୱେବସାଇଟରେ ଉଲ୍ଲେଖ ଥିଲା ତାହା ଅଜାଣତରେ ହୋଇଛି”।
ଯେଉଁମାନେ ଏହି ତ୍ରୁଟି ସାମ୍ନାକୁ ଆଣିଛନ୍ତି। ସେମାନଙ୍କୁ ଏୟାରଟେଲ୍ ଧନ୍ୟବାଦ ଦେଇଛି। କମ୍ପାନୀ ଗ୍ରାହକଙ୍କର ଏଭଳି କୌଣସି ତଥ୍ୟ ଗ୍ରହଣ କରେ ନାହିଁ ବୋଲି କହିଛି। ଗ୍ରାହକଙ୍କ ଗୋପନୀୟତାକୁ କମ୍ପାନୀ ଗୁରୁତ୍ୱ ଦିଏ ବୋଲି ସଫେଇ ଦେଇଛି ଏୟାରଟେଲ୍।
The post ଯୌନ ଆଭିମୁଖ୍ୟକୁ ନେଇ ଫସିବା ପରେ ସ୍ପଷ୍ଟୀକରଣ ଦେଲା ଏୟାରଟେଲ୍ appeared first on Odisha Reporter.
from Odisha Reporter https://ift.tt/2IM3c2q
No comments:
Post a Comment