ଲୋକ ପାଇଲଟଙ୍କ ମଣିଷପଣିଆ ପାଇଁ ପ୍ରଶଂସା କଲେ ରେଳମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ଲୋକ ପାଇଲଟଙ୍କ ମଣିଷପଣିଆ ପାଇଁ ପ୍ରଶଂସା କଲେ ରେଳମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୌଣସି ନା କୌଣସି ଦୁର୍ଘଟଣା ଘଟି ପ୍ରାୟ ପ୍ରତିଦିନ ଦେଶର କେଉଁଠି ନା କେଉଁଠି ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। କେରଳରେ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ହତ୍ୟା କରାଯିବା ଘଟଣା ମଣିଷପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ହେଲେ କୁହାଯାଏ ନା, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ଠିକ୍ ସେପରି ସବୁ ମଣିଷ ବି ସମାନ ନୁହନ୍ତି। ନିକଟରେ ହାତୀଙ୍କ ଜୀବନ ବଞ୍ଚାଇ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଆଉ ତାଙ୍କୁ ଖୋଦ୍ ରେଳମନ୍ତ୍ରୀ ପ୍ରଶଂସା ମଧ୍ୟ କରିଛନ୍ତି।

ତିନୋଟି ହାତୀଙ୍କ ଜୀବନ ବଞ୍ଚାଇବାକୁ ଟ୍ରେନରେ ବ୍ରେକ୍ ମାରି ସେ ଚାରିଆଡ଼ୁ ପ୍ରଶଂସା ସାଉଁଟୁଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରି ଟ୍ରେନର ଲୋକ ପାଇଲଟ ଏବଂ କ୍ରିଉ ସଦସ୍ୟଙ୍କ ପ୍ରଶଂସା କରିଛନ୍ତି। ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି।

ପଶ୍ଚିମବଙ୍ଗର ସିବୋକ-ଗୁଲାମା ଖଣ୍ଡରେ ଏକ ହାତୀ ଛୁଆ ସମେତ 3ଟି ହାତୀ ରେଳଧାରଣା ପାର କରୁଥିଲେ। ସେହି ସମୟରେ ଦ୍ରୁତ ଗତିରେ ଟ୍ରେନ୍ ମାଡ଼ିଆସୁଥିଲା। 3 ହାତୀଙ୍କ ଜୀବନ ବି ଚାଲିଯାଇଥାନ୍ତା। ହେଲେ ଲୋକ ପାଇଲଟ ଜଣକ ଏପରି ହେବାକୁ ଦେଲେନି। ଠିକଣା ସମୟରେ ଟ୍ରେନକୁ ବ୍ରେକ୍ ମାରି ଅଟକାଇ ଦେଲେ ଏବଂ ହାତୀମାନେ ରେଳଧାରଣା ପାର ହୋଇ ଆରପଟକୁ ଯିବା ପରେ ସେ ଟ୍ରେନ ଚଲାଇଥିଲେ।

ଏଭଳି ଏକ ମଣିଷପଣିଆର ଉଦାହରଣକୁ ପୀଉଷ ଗୋୟଲ ଟ୍ୱିଟରରେ ଶେୟାର କରିଛନ୍ତି। ଏହାସହ ଘଟଣାର ଏକ ଛୋଟ କ୍ଲିପ୍ ମଧ୍ୟ ଶେୟାର କରିଛନ୍ତି। ସେ କହିଛନ୍ତି, ଲୋକ ପାଇଲଟ ଏବଂ କ୍ରିଉ ସଦସ୍ୟଙ୍କ ସତର୍କତା ଏବଂ ତ୍ୱରିତ ପଦକ୍ଷେପ ପଶ୍ଚିମବଙ୍ଗର ସିବୋକ-ଗୁଲାମା ଷ୍ଟେସନରେ ଏକ ହାତୀ ଛୁଆ ସମେତ ତିନୋଟି ହାତୀଙ୍କ ଜୀବନ ବଞ୍ଚାଇଛି। ସେମାନା ରେଳଧାରଣା ପାର କରୁଥିଲେ। ପାଇଲଟ୍ ତୁରନ୍ତ ଟ୍ରେନକୁ ଅଟକାଇ ଥିଲେ। ଫଳରେ ହାତୀମାନେ ସୁରକ୍ଷିତ ଭାବେ ରାସ୍ତା ପାର କରିଥିଲେ।

The post ଲୋକ ପାଇଲଟଙ୍କ ମଣିଷପଣିଆ ପାଇଁ ପ୍ରଶଂସା କଲେ ରେଳମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3ngyZr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages