ଦିନକରେ କେତୋଟି ଅଣ୍ଡା ଖାଇପାରିବେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ଦିନକରେ କେତୋଟି ଅଣ୍ଡା ଖାଇପାରିବେ?

ସବୁ ଖାଦ୍ୟ ସାମଗ୍ରୀ ମଧ୍ୟରେ ଅଣ୍ଡା ହେଉଛି ସବୁଠୁ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ। ପିଲାଠାରୁ ଆରମ୍ଭ କରି ବୟସ୍କ, ଅଣ୍ଡା ଖାଇବା ପାଇଁ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଥିବା ପୋଷକ ତତ୍ତ୍ୱ ଯୋଗୁଁ ଏହାକୁ ସୁପର ଫୁଡ୍ ବୋଲି ମଧ୍ୟ କୁହାଯାଏ। ପୁରା ଗୋଟା ଚିକେନରେ ଯେତିକି ନ୍ୟୁଟ୍ରିଏନ୍ସ ମିଳେ, ସେତିକି ଗୋଟିଏ ଅଣ୍ଡାରେ ରହିଥାଏ। ଅଣ୍ଡାକୁ ସର୍ବଦା ହାଇକୋଲେଷ୍ଟ୍ରୋଲ ଯୁକ୍ତ ଖାଦ୍ୟ କୁହାଯାଏ । ଏଥିପାଇଁ ଅଣ୍ଡକୁ ଅଧିକ ମାତ୍ରାରେ ଖାଇବା ପାଇଁ ବାରଣ କରାଯାଇଥାଏ। ତେବେ ଦିନକରେ କେତୋଟି ଅଣ୍ଡା ଖାଇବା ଉଚିତ ଆସନ୍ତୁ ଜାଣିବା।

– ସାଧାରଣତଃ ଲୋକେ ଦିନକରେ ଅତି କମ ଅଣ୍ଡା ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି। ବିଶେଷ କରି ଅଣ୍ଡାର ହଳଦିଆ ଅଂଶକୁ ନ ଖାଇବା ପାଇଁ ମଧ୍ୟ କୁହନ୍ତି। କାରଣ ଏଥିରେ କୋଲେଷ୍ଟ୍ରୋଲ ଭରପୁର ମାତ୍ରାରେ ରହିଥାଏ। ସେହିପରି ଅଣ୍ଡାର ଧଳା ଅଂଶରେ ଅଧିକ ପ୍ରୋଟିନ ରହିଛି । ତେଣୁ ଏହାକୁ ଖାଇବା ପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି।

-ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦିନରେ ଅତି କମରେ ଗୋଟିଏ ଅଣ୍ଡା ବା ସପ୍ତାହରେ ୨ରୁ ୬ଟି ଅଣ୍ଡା ଖାଇବା ପାଇଁ ପରାମର୍ଶ ଦିଅନ୍ତି। ଏହାଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ ସ୍ତର ନିୟନ୍ତ୍ରଣରେ ରହିଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି।

-ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦିନରେ ପୁରା ଗୋଟିଏ ଅଣ୍ଡା ଖାଇଲେ, ଏହାର ପ୍ରଭାବ ପ୍ରତିଟି ବ୍ୟକ୍ତିଙ୍କ ଉପରେ ଭିନ୍ନ ଭିନ୍ନ ରହିଥାଏ। ୭୦ ପ୍ରତିଶତ ଲୋକଙ୍କ ଖରାପ କୋଲେଷ୍ଟ୍ରୋଲ ଉପରେ ଏହା କୌଣସି ପ୍ରଭାବ ପକାଏ ନାହିଁ କିନ୍ତୁ ଅନ୍ୟ ୩୦ ପ୍ରତିଶତ ଲୋକଙ୍କ ଉପରେ ଏହା ପ୍ରଭାବ ପକାଇଥାଏ।

– ଆମ ଶରୀରର ସଠିକ ଫଙ୍କସନ ପାଇଁ କୋଲେଷ୍ଟ୍ରୋଲ ବେଶ ଜରୁରୀ। ଶରୀରରେ ସେଲ ଗଠନ କରିବାରେ କୋଲେଷ୍ଟ୍ରୋଲର ଭୂମିକା ବେଶ ଗୁରୁତ୍ୱ ରଖେ। ଟେଷ୍ଟୋଷ୍ଟେରୋନ, ଏଷ୍ଟ୍ରୋଜନ ଏଂ କାର୍ଟିସେଲ ଭଳି ଜରୁରୀ ଷ୍ଟେରୟଡ ହର୍ମୋନ ତିଆର କରିବା ପାଇଁ ମଧ୍ୟ କୋଲେଷ୍ଟ୍ରୋଲ ସହାୟତା କରେ।

-ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ ସୁସ୍ଥ ଥିବା ବ୍ୟକ୍ତି ଦିନକରେ ପୁରା ୩ଟି ଅଣ୍ଡା ଖାଇପାରିବେ। ଏହା ସେମାନଙ୍କ ପାଇଁ ସୁରକ୍ଷିତ। କିନ୍ତୁ ଡାଇବେଟିସ କିମ୍ବା ହାର୍ଟ ଜନିତ ସମସ୍ୟା ଥିବା ବ୍ୟକ୍ତି ଦିନରେ ଗୋଟିଏ କିମ୍ବା ଅଧା ଅଣ୍ଡା ଖାଇବା ଉଚିତ।

The post ଦିନକରେ କେତୋଟି ଅଣ୍ଡା ଖାଇପାରିବେ? appeared first on Odisha Reporter.



from Odisha Reporter https://ift.tt/35LMfxu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages