ଯେଉଁ ହାତରେ ଯନ୍ତ୍ରଣା ପାଇଲେ, ସେହି ହାତରେ ନିର୍ଧୁମ୍ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ଯେଉଁ ହାତରେ ଯନ୍ତ୍ରଣା ପାଇଲେ, ସେହି ହାତରେ ନିର୍ଧୁମ୍ ପିଟିଲେ

ସିଡନୀ: ସିଡନୀ ଟେଷ୍ଟର ଚତୁର୍ଥ ଇନିଂସରେ ୪୦୭ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ଦେଖାଇଛି। ତେବେ ମ୍ୟାଚର ଅନ୍ତିମ ଦିନରେ ମନ ଜିଣିଛନ୍ତି ୱିକେଟକିପର ଋଷଭ ପନ୍ତ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପନ୍ତ ୯୭ ରନର ମାରାଥନ୍ ଇନିଂସ୍ ଖେଳି ଭାରତ ପାଇଁ ବିଜୟ ଆଶା ସଞ୍ଚାର କରିଛନ୍ତି। ପନ୍ତଙ୍କ ଏହି ଇନିଂସକୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। କାରଣ ପନ୍ତ ଆହତ ସତ୍ତ୍ୱେ ଏଭଳି ବ୍ୟାଟିଂ କରିଛନ୍ତି।

ମ୍ୟାଚର ତୃତୀୟ ଦିବସରେ ବ୍ୟାଟିଂ କରୁଥିବା ବେଳେ ପନ୍ତଙ୍କ କହୁଣୀରେ ଆଘାତ ଲାଗିଥିଲା। ଯାହା ପରେ ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହେବା ପରେ ପନ୍ତ ଆଉ ୱିକେଟ୍ କିପିଂ କରିବାକୁ ଆସିନଥିଲେ। ତେବେ ସ୍କାନରେ ଜଣାପଡ଼ିଥିଲା ଯେ ପନ୍ତଙ୍କ କୌଣସି ଫ୍ରାକଚର୍ ହୋଇନାହିଁ। ଆଘାତ କାରଣରୁ ସେ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ। ହେଲେ ଆଜି ସେ ବ୍ୟାଟିଂ କରିବାକୁ ଆସି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ପନ୍ତଙ୍କ ସ୍ଥାନରେ ଋଦ୍ଧିମାନ ସାହା ୱିକେଟକିପିଂ ଦାୟିତ୍ୱ ସମ୍ଭାଳିଥିଲେ। କ୍ରିକେଟ ନିୟମ ମୁତାବକ ଯଦି କୌଣସି ୱିକେଟକିପର ବ୍ୟାଟିଂ କିମ୍ବା ୱିକେଟକିପିଂ ବେଳେ ଆହତ ହୁଏ, ତାହେଲେ କେବଳ ୱିକେଟକିପିଂ ପାଇଁ ତାଙ୍କ ସ୍ଥାନ ଜଣେ ୱିକେଟକିପର ହିଁ ନେଇପାରିବ। ପ୍ରଥମ ଇନିଂସରେ ପନ୍ତ ୩୬ ରନ୍ କରି ଆଉଟ୍ ହୋଇଥିଲେ।

ପନ୍ତଙ୍କ ବ୍ୟତୀତ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଆହତ କାରଣରୁ ଦ୍ୱିତୀୟ ଇନିଂସରେ ବୋଲିଂ କରିବାକୁ ଆସିନଥିଲେ। ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ମିଚେଲ୍ ଷ୍ଟାର୍କଙ୍କ ‍ବଲ୍ ଜାଡେଜାଙ୍କ ଅଙ୍ଗୁଳିରେ ବାଜିଥିଲା। ଯାହା ଫଳରେ ଜାଡେଜାଙ୍କୁ ଫ୍ରାଚକର ହୋଇଛି। ଆହତ ସତ୍ତ୍ୱେ ଜାଡେଜା ଚତୁର୍ଥ ଇନିଂସରେ ବ୍ୟାଟିଂ କରିବାକୁ ଆସିପାରନ୍ତି।

The post ଯେଉଁ ହାତରେ ଯନ୍ତ୍ରଣା ପାଇଲେ, ସେହି ହାତରେ ନିର୍ଧୁମ୍ ପିଟିଲେ appeared first on Odisha Reporter.



from Odisha Reporter https://ift.tt/2MMPTk5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages