ନୂଆଦିଲ୍ଲୀ: ତେଲ ଦରରେ ଲାଗିଲା ନିଆଁ। ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ। ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି। ଫଳରେ ତୈଲ ଦର ସେଞ୍ଚୁରୀ ମାରିବାକୁ ଆଡକୁ ମୁହାଁଇଛି। ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାଖାପାଖି ପହଞ୍ଚି ସାରିଲାଣି।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୯ ଟଙ୍କା ୫୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୭୯.୯୫ରେ ପହଁଚିଛି। ସବୁଠାରୁ ବଡ କଥା ହେଉଛି ଯେ, ରାଜସ୍ଥାନର ଗଙ୍ଗାନଗରରେ ତେଲ ଦର ୧୦୦ ଡେଇଁ ସାରିଲାଣି। ସେଠାରେ ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କା ୭ ପଇସାରେ ବିକ୍ରି ହେଉଛି।
ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୬ ଟଙ୍କା ହୋଇଛି ଏବଂ ଡିଜଲ ୮୬.୯୭ ଟଙ୍କା ପ୍ରତି ଲିଟର ରହିଛି। ବେଙ୍ଗାଳୁରୁରେ ପେଟ୍ରଲ ୯୨.୪୮ଟଙ୍କା ଏବଂ ଡିଜେଲ ୮୪.୭୨ ଟଙ୍କା ରହିଛି। ଚେନ୍ନାଇରରେ ପେଟ୍ରୋଲ ୯୧.୭୩ଟଙ୍କା ଏବଂ ଡିଜେଲ ୮୫.୦୫ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୦.୭୯ ଏବଂ ଡିଜେଲ ୮୩.୫୪ ରହିଛି। ଲଗାତାର ନବମ ଦିନ ପାଇଁ ତେଲ ଦର ବୃଦ୍ଧି ହୋଇଛି। ଫଳରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
The post ସେଞ୍ଚୁରୀ ମୁହାଁ ପେଟ୍ରୋଲ-ଡିଜେଲ ଦର appeared first on Odisha Reporter.
from Odisha Reporter https://ift.tt/3u8Bb8f
No comments:
Post a Comment