କଳାହାଣ୍ଡି(ରାଜକୁମାର ସିଂଦେଓ): ବିପଦରେ ଗଜରାଜ। କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୧୧ଦିନରେ ଆଖି ବୁଜିଲେଣି ୨ ହାତୀ। ପୂର୍ବରୁ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ମାଈ ହାତୀ ଆଖି ବୁଜିଛି। ଫଳରେ ଏଡି ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ଏହି ଅଭୟାରଣ୍ୟରେ ବାରମ୍ବାର ହେଉଥିବା ହାତୀ ମୃତ୍ୟୁକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ।
ସୂଚନାଯୋଗ୍ୟ, ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡି ଝରଣା ନିକଟରେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ ଦକ୍ଷିଣ ବନଖଣ୍ଡର ଡ଼ିଏଫଓ ଟି ଅଶୋକ କୁମାର ହାତୀର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଏହାସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ପୋତି ଦିଆଯାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫଓ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ମାସ ୧ ତାରିଖରେ, ୮ ତାରିଖରେ ୨ଟି ହାତୀ ଆଖି ବୁଜିଥିଲେ। କିଛି ଦିନ ବ୍ୟବଧାନ ପରେ ପୁଣି ଏକ ହାତୀ ମୃତ୍ୟୁ ପରେ ବନ୍ୟ ପ୍ରାଣୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଏହା ଭୁତାଣୁଜନିତ ରୋଗ ହେମରେଜ ସେପ୍ଟିସେମିଆ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିବା ଡ଼ିଏଫଓ ଟି ଅଶୋକ କୁମାର ପ୍ରକାଶ କରିଛନ୍ତି ।
The post କର୍ଲାପାଟରେ ୧୧ ଦିନରେ ଆଖି ବୁଜିଲେଣି ୩ ହାତୀ appeared first on Odisha Reporter.
from Odisha Reporter https://ift.tt/2MYWhVR
No comments:
Post a Comment