ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ, କାମ ନଥାଇ ଘରୁ ବାହାରିଲେ ହେବ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ, କାମ ନଥାଇ ଘରୁ ବାହାରିଲେ ହେବ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତିକୁ ଦିନକୁ ଦିନ ବେକାବୁ ହେଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ  ଆଜିଠାରୁ ୧୦ ଜିଲ୍ଲାରେ ଲାଗୁ ହେବ ନାଇଟ କର୍ଫ୍ୟୁ।  ଆଜି ରାତି ୧୦ଟାରୁ ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ ନାଇଟ୍ ନାଇଟ କର୍ଫ୍ୟୁ ଲାଗି ହେବ ।

ଏହି ଜିଲ୍ଲାଗୁଡିକ ହେଲା ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର । ଏସବୁ ଜିଲ୍ଲାରେ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ବିଭିନ୍ନ ଜିଲ୍ଲାର ଏସ୍‌ପି। ରାତି ୧୦ରୁ ସକାଳ ୫ ଭିତରେ ଜରୁରୀ କାମ ନଥାଇ ଘରୁ ବାହାରିଲେ ମାମଲା ରୁଜୁ କରାଯିବ ।

.ଏପଟେ ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଡେ କର୍ଫ୍ୟୁର ଯୋଜନା ନାହିଁ । ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି । ତଥାପି ରାଜ୍ୟ ସରକାର ତାଉପରେ ନଜର ରଖିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି ।

ବର୍ତ୍ତମାନ ବଢ଼ିଚାଲିଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟାକୁ ଦେଖି ଡେ କର୍ଫ୍ୟୁ ଜାରି ନେଇ ୪/୫ ଦିନ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଗତକାଲି କହିଥିଲେ ବାଚସ୍ପତି । ଏନେଇ  ଗଣମାଧ୍ୟମରେ ରିପୋର୍ଟ ପରେ ଏସ୍‌ଆରସି ଟ୍ୱିଟ କରି ସେଭଳି କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଲୋକେ କୋଭିଡ୍ ନିୟମ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ କାଲି ୪୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୫୦, ନୂଆପଡ଼ାରୁ ୪୨, ଖୋର୍ଦ୍ଧାରୁ ୪୦ ଓ ବଲାଙ୍ଗିରରୁ ୩୬ ଜଣ ଚିହ୍ନଟ ହୋଇଥିଲେ।

The post ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ, କାମ ନଥାଇ ଘରୁ ବାହାରିଲେ ହେବ ମାମଲା appeared first on Odisha Reporter.



from Odisha Reporter https://ift.tt/3ul8a8L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages