ବିବାହର ୬ ଘଣ୍ଟା ପରେ ନବବଧୂର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

ବିବାହର ୬ ଘଣ୍ଟା ପରେ ନବବଧୂର ମୃତ୍ୟୁ

ମୁଙ୍ଗେର: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନୀକୁ ସାକ୍ଷୀ ରଖି ଉଭୟ ବର ଏବଂ କନିଆଁ ବିବାହ କଲେ। ହେଲେ ବିଧାତା ଏହି ନବ ଦମ୍ପତିଙ୍କ ଭାଗ୍ୟରେ କିଛି ଅଲଗା ଲେଖିଥିଲା । କାରଣ ସାତ ଜନ୍ମତ ଦୂରର କଥା ବିବାହ ସରିବାର ୭ ଘଣ୍ଟା ପର୍ଯ୍ୟନ୍ତ ସେମାନେ ସାଥୀ ହୋଇ ରହିପାରିଲେନି। ବିବାହାର ମାତ୍ର ୬ ଘଣ୍ଟା ପରେ କନିଆଁ ଆଖିବୁଜି ଦେଇଥିଲେ। ବିହାରର ମୁଙ୍ଗେର ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। କରୋନା ମହାମାରୀ ବେଳେ ଏଭଳି ଖବର ଲୋକଙ୍କୁ ଆହୁରି ଅଧିକ ଯନ୍ତ୍ରଣା ଦେଇଛି।

ରବିବାର ମୁଙ୍ଗେର ଜିଲ୍ଲାର ରଞ୍ଜନ ଯାଦବ (ଛଦ୍ମନାମ) ଖୁଦିଆ ଗାଁର ନିଶା କୁମାରୀଙ୍କୁ ବିବାହ କରିଥିଲେ। କରୋନା କଟକଣା ନିୟମ ଅନୁଯାୟୀ ଏହି ବିବାହ ସଂପନ୍ନ ହୋଇଥିଲା। ଅଳ୍ପ ଲୋକଙ୍କ ଉପସ୍ଥିତିରେ କରାଯାଇଥିଲା ଏହି ବିବାହ। ତେବେ ବିବାହ ଶେଷ ହେବାର କିଛି ଘଣ୍ଟା ପରେ ନବବଧୂ ନିଶା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।

ତାଙ୍କୁ ସଙ୍ଗେ ସଙ୍ଗେ ତାରାପୁରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ନିଶା ଗୁରୁତର ହୋଇପଡ଼ିଥିବାରୁ ଡାକ୍ତର ତାଙ୍କୁ ଭାଗଲପୁର ହସ୍ପିଟାଲକୁ ପଠାଇ ଦେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିବାହର ମାତ୍ର ୬ ଘଣ୍ଟା ମଧ୍ୟରେ ଘଟିଗଲା ଏହି ଦୁଃଖଦ ଘଟଣା।

ନିଶାଙ୍କ ଶାଶୂ ଘର ପକ୍ଷରୁ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ୬ ଘଣ୍ଟା ପୂର୍ବରୁ ନିଶାଙ୍କ ସିନ୍ଥିରେ ସିନ୍ଦୂର ଦେଇଥିବା ରଞ୍ଜନ ତାଙ୍କୁ ଦେଇଥିଲେ ମୁଖାଗ୍ନୀ। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।

The post ବିବାହର ୬ ଘଣ୍ଟା ପରେ ନବବଧୂର ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/2RQ7uKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages