ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଅଉ କିଛି ଦିନ ପରେ ତାଙ୍କ ମୃତ୍ୟୁକୁ ବର୍ଷେ ପୂରିବ । ଏଯାଏଁ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ । ତେବେ ତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ଲିଙ୍କକୁ ନେଇ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି । ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅନେକ ଲୋକଙ୍କୁ ପଚରା ଉଚରା କରିସାରିଛି । ଏବେ ପୁଣିଥରେ ସୁଶାନ୍ତଙ୍କ ଦୁଇ ଘରୋଇ ସହାୟତାଙ୍କୁ ଏନ୍ସିବି ପଚରା ଉଚରା କରିବ ।
ନିକଟରେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କ ଗିରଫ ପରେ ଏନ୍ସିବି ଅଭିନେତା ସୁଶାନ୍ତ ସିଂ ଚାକର ନିରଜ ଏବଂ କେଶବଙ୍କୁ ପୁଣି ଥରେ ପଚରାଉଚରା କରିବ । ଏଥିପାଇଁ ଏହି ଦୁଇ ଜଣଙ୍କୁ ଗତକାଲି ସମନ କରିଛି। ସୂଚନାମୁତାବକ ଦୁହେଁ ଏନ୍ସିବି ପଚରା ଉଚରାରୁ ବର୍ତ୍ତିବା ପାଇଁ ୮ ମାସ ଧରି ମୁମ୍ବାଇ ବାହାରେଥିଲେ । ପରେ ଅଗଷ୍ଟ ମାସରେ ଏ ଦୁହେଁ ମୁମ୍ବାଇ ଫେରିଥିଲେ ।
ନୀରଜ ଏବଂ କେଶବଙ୍କୁ ପୂର୍ବରୁ ମଧ୍ୟ ସିବିଆଇ ଓ ଏନ୍ସିବି ଟିମ୍ ପଚରାଉଚରା କରିସାରିଛି । ଏବେ ପୁଣି ଥରେ ଏନ୍ସିବିର ଟିମ୍ ଡ୍ରଗ୍ସ ମାମଲା ସହ ଜଡିତ କଥା ଜାଣିବା ଲାଗି ପଚରାଉଚରା କରିବାକୁ ଡକାଇଛି ।
ଗତବର୍ଷ ନୀରଜ ମିଡିଆ ଆଗରେ ଏହି ମାମଲା ସହ ଜଡିତ ଅନେକ ତଥ୍ୟର ଖୁଲାସା କରିଥିଲେ ।
ସେପଟେ ଏନ୍ସବି ଏହି ସମୟରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କ ସମେତ ଅନେକ ଲୋକଙ୍କୁ ନେଇ ପଚରାଯାଇଥିଲା ଏବଂ ଅନେକ ତଥ୍ୟ ପଦାକୁ ଆସିଥିଲା।
The post ସୁଶାନ୍ତ ସିଂଙ୍କ ଚାକରଙ୍କୁ ପୁଣି ପଚରାଉଚରା କରିବ ଏନ୍ସିବି appeared first on Odisha Reporter.
from Odisha Reporter https://ift.tt/3p6kaJP
No comments:
Post a Comment