କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଟ୍ରକ ଉପରେ କଦଳୀ ବୋଝେଇ ହୋଇଥିବା ବେଳେ ଭିତରେ ଥିବା କୋଟିଏ ଟଙ୍କାର ଜିନିଷ। ଖବର ପାଇ କୋରାପୁଟ ଜିଲ୍ଲା ସୁନାବେଡା ପୁଲିସ୍ ଚଢ଼ାଉ କରି ଜବତ କଲା ୧୨ କ୍ୱିଣ୍ଟାଲ ୪ କେଜି ଗଂଜେଇ । ଏହି ଘଟଣାରେ ପୁଲିସ୍ ଗଞ୍ଜେଇ ସହ ଟ୍ରକ୍କୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି।। ଗିରଫ ୨ଜଣ ହେଲେ ଝାରଖଣ୍ଡର ରାଜୀବ କୁମାର ମାହତୋ ଓ ବିହାରର ରମଣ କୁମାର ।
ସୂଚନାଯୋଗ୍ୟ, ଏହି ଗଂଜେଇ ଜଲାପୁଟ ଅଞ୍ଚଳରୁ ବିହାରକୁ ଚାଲାଣ କରାଯାଉଥିଲା । ପୁଲିସ୍ ନଜରରୁ ବଞ୍ଚିବା ପାଇଁ କଦଳି ବୋଝେଇ ଟ୍ରକ ମଧ୍ୟରେ ଏହାକୁ ଚାଲାଣ କରାଯାଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ ବେଳେ ୧୨ କ୍ୱିଣ୍ଟାଲ ୪ କେଜି ଗଂଜେଇ ଜବତ ହୋଇଥିବା ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।
The post କଦଳୀ ବୋଝେଇ ଟ୍ରକ୍ରୁ ଜବତ ହେଲା କୋଟିଏ ଟଙ୍କାର ଜିନିଷ appeared first on Odisha Reporter.
from Odisha Reporter https://ift.tt/3xAcJ18
No comments:
Post a Comment