ଅଙ୍ଗନବାଡ଼ି ଖୋଲି ପାଠପଢ଼ାଇ ଅଣ୍ଡା ବାଣ୍ଟିଲେ, ଓଡ଼ିଶାକୁ ଧମକ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 9, 2021

ଅଙ୍ଗନବାଡ଼ି ଖୋଲି ପାଠପଢ଼ାଇ ଅଣ୍ଡା ବାଣ୍ଟିଲେ, ଓଡ଼ିଶାକୁ ଧମକ ଦେଲେ

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ସୁଯୋଗ ଉଣ୍ଡି ଓଡ଼ିଶା ଭିତରକୁ ପଶି ଆସୁଛି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାନ୍ତରେ ନିର୍ମାଣ କରିଥିବା ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଧମକ ବି ଦେଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲାରେ।

ମିଳିଥିବା ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ପ୍ରଦେଶ ସରକାର। ଦୁଇ ଦିନ ତଳେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା। ଗତକାଲି ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି  ଅଙ୍ଗନବାଡିରେ ପକାଯାଇଥିବା ତାଲାକୁ ଭାଙ୍ଗି ଦେଇଥିଲେ। ଆଉ ଆଜି ସେହି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ  ପାଠପଢ଼ା  ଯିବା ସହ ସେଠାରେ ପିଲାମାନଙ୍କୁ  ଅଣ୍ଡା ବଣ୍ଟାଯାଇଥିବା ଜଣାପଡ଼ିଛି। ଏହାସହ ଆନ୍ଧ୍ରର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ ପହଞ୍ଚି ବୈଠକ କରି  ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାସହ ଓଡ଼ିଶା ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ ଯଦି କୌଣସି ଅଧିକାରୀ ଆସି ଏହି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବାକୁ ଚେଷ୍ଟା କରିବେ, ତାଙ୍କ ବିରୋଧରେ ଆନ୍ଧ୍ର ସରକାର ଦୃଢ଼ କାର୍ଯ୍ୟ ଗ୍ରହଣ କରିବେ।

ସୀମାରେ ଅନୁପ୍ରବେଶ କରିବା ପାଇଁ ସବୁବେଳେ ଆନ୍ଧ୍ର ପ୍ରୟାସ କରୁଥିବା ବେଳେ ଓଡ଼ିଶା ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି।

The post ଅଙ୍ଗନବାଡ଼ି ଖୋଲି ପାଠପଢ଼ାଇ ଅଣ୍ଡା ବାଣ୍ଟିଲେ, ଓଡ଼ିଶାକୁ ଧମକ ଦେଲେ appeared first on Odisha Reporter.



from Odisha Reporter https://ift.tt/3l4Jbni

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages