କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲର ଇକ୍ମୋ ୟୁନିଟ୍ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହୃଦ୍ଘାତର ଶିକାର ହେବା ପରେ ଇକ୍ମୋ ୟୁନିଟ୍ରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଏସସିବିର ନ୍ୟୁରୋଲୋଜି ଡିପାର୍ଟମେଣ୍ଟର ଏଚ୍ଓଡି ପ୍ରଫେସର ଅଶୋକ ମଲ୍ଲିକଙ୍କ ପୁଅ ଥିଲେ। ଏସ୍ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ତାଙ୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ଏହାସହ ଫୁସଫୁସ ଜିନିତ ସମସ୍ୟା ମଧ୍ୟ ଥିଲା। ୨୪ ତାରିଖରେ ସେ ଇକ୍ମୋ ୟୁନିଟ୍ରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଥିଲେ। ତଥାପି ଆମେ ତାଙ୍କୁ ବଞ୍ଚାଇ ପାରିଲୁ ନାହିଁ।
ପୂର୍ବରୁ ଇକ୍ମୋ ୟୁନିଟ୍ରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ସହିତ ଏସ୍ସିବି ଇକ୍ମୋ ୟୁନିଟ୍ରେ ଏଯାବତ୍ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ଜଣେ ରୋଗୀ ଏହି ଇକମୋ ୟୁନିଟରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ କଟକ ବଡ଼ ଡାକ୍ତରଖାନାରେ ଇକମୋ ୟୁନିଟ୍ ଖୋଲିଥିଲା। ଇକମୋ ୟୁନିଟ ଖୋଲିବା ପରେ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ପ୍ରଥମେ ଭର୍ତ୍ତି ହୋଇଥିଲେ। ତାଙ୍କ ପରେ ବଲାଙ୍ଗିରର ଜଣେ ମହିଳା, କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଭର୍ତ୍ତି ହୋଇଥିଲେ। ଏହି ୪ ଜଣଙ୍କର ମୃତ୍ୟୁ ହୋଇସାରିଛି।
The post ଏସ୍ସିବିରେ ଇକ୍ମୋ ଚିକିତ୍ସାଧୀନ ଆଉ ଜଣଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3kXZQKr
No comments:
Post a Comment