ଜୟପୁର: ବର୍ବରତାର ସବୁ ସୀମା ଟପିଲା। ପ୍ରଥମେ ଅପହରଣ ଆଉ ତା’ପରେ ହାତ ଗୋଡ ଭାଙ୍ଗି ଲୁହା ରଡ ଓ କଣ୍ଟା ଫୋଡିଦେଲେ। ରାଜସ୍ଥାନ ବାଡମେରା ଅଞ୍ଚଳର ଜଣେ ଆର୍ଟିଆଇ କର୍ମୀଙ୍କ ସହ ଘଟିଛି ଏଭଳି ବର୍ବରତା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ସୂଚନା ମୁତାବକ ରାଜସ୍ଥାନ ଜୋସୋଡୋ ବେରୀର ୩୦ ବର୍ଷୀୟ ଆର୍ଟିଆଇ କର୍ମୀ ଅମରରାମ ଗୋଦାରା ଗତ କିଛି ଦିନ ତଳେ ଜୋଧପୁରରୁ ନିଜ କାମ ସାରି ବସ୍ ଯୋଗେ ଘରକୁ ଫେରୁଥିଲେ। ବସ୍ରୁ ଓଲ୍ହାଇବା ପରେ ପରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ।
ଏହା ପରେ ତାଙ୍କୁ ଦୁର୍ବୃତ୍ତମାନେ ଏକ ନିର୍ଜନ ସ୍ଥାନକୁ ନେଇ ପ୍ରବଳ ମାଡ଼ ମାରିଥିଲେ। ପ୍ରଥମେ ତାଙ୍କର ଦୁଇ ଗୋଡ ଭାଙ୍ଗି ଦେଇଥିଲେ। ତା’ପରେ ଉଭୟ ଗୋଡର ୬ଟି ସ୍ଥାନରେ ହାତୁଡ଼ିରେ ପିଟି ପିଟି ଲୁହା ରଡ୍ ଓ କଣ୍ଟା ଫୋଡି ଦେଇଥିଲେ। ତେବେ ଏତିକିରେ ମନ ଶାନ୍ତି ହୋଇନଥିଲା, ଦୁର୍ବୃତ୍ତମାନେ ଆର୍ଟିଆଇ କର୍ମୀଙ୍କୁ ମାଡ ମାରି ତାଙ୍କ ହାତ ମଧ୍ୟ ଭାଙ୍ଗି ଦେଇଥିଲେ। ଦୀର୍ଘ ଘଣ୍ଟା ଧରି ନିର୍ଯାତନା ଦେବା ପରେ ଅଳ୍ପ ସମୟ ମଧ୍ୟରେ ମରିଯିବ ଭାବି ଉକ୍ତ ଆର୍ଟିଆଇ କର୍ମୀଙ୍କୁ ରାସ୍ତାରେ ଫିଙ୍ଗି ଦେଇଥିଲେ।
ପରେ କିଛି ଲୋକେ ଗୁରୁତର ଅବସ୍ଥାରେ ଆର୍ଟିଆଇ କର୍ମୀ ଜଣକ ରାସ୍ତାରେ ପଡିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜୋଧପୁର ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।
ଆର୍ଟିଆଇ କର୍ମୀ ଜଣକ ପୁଲିସକୁ ଦେଇଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ ସେ ଦୁର୍ନୀତି ଓ ମଦ ମାଫିଆଙ୍କୁ ନେଇ ଅଭିଯୋଗ କରିଥିଲେ। ଏପରିକି ଗ୍ରାମ ପଞ୍ଚାୟତଙ୍କ ଠାରୁ ଆଇଟିଆଇ ମାଗିଥିଲେ। ଏଥିଯୋଗୁଁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି।
ସେପଟେ ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଚିକିତ୍ସା କରାଯାଉଛି ବୋଲି ପୁଲିସ ଅଧୀକ୍ଷକ ଦୀପକ ଭର୍ଗବ କହିଛନ୍ତି। ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଛି। ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ୪ଟି ଟିମ୍ ଗଠନ କରିଛି। ପୁଲିସ ଅନେକ ପଏଣ୍ଟକୁ ନେଇ ଅନୁସନ୍ଧାନ କରୁଛି।
The post ଆର୍ଟିଆଇ କର୍ମୀଙ୍କ ହାତ ଗୋଡ଼ ଭାଙ୍ଗିଲେ, କଣ୍ଟା ଫୋଡିଦେଲେ appeared first on Odisha Reporter.
from Odisha Reporter https://ift.tt/3H6KNpL
No comments:
Post a Comment