ଆଜି ମହାପ୍ରଭୁଙ୍କ ମକର ଚୌରାସି ବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 13, 2022

ଆଜି ମହାପ୍ରଭୁଙ୍କ ମକର ଚୌରାସି ବେଶ

ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ମକର ସଂକ୍ରାନ୍ତି ନୀତି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ବିଧି ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଧନୁସଂକ୍ରାନ୍ତି ଦିନ ବାପଘରକୁ ଚାଲି ଯାଇଥିଲେ । ଫଳରେ ଏକ ମାସ ଧରି ମହାପ୍ରଭୁ ମା’ ଯଶୋମତୀଙ୍କ ହାତରୁ ପହିଲିଭୋଗ ପାଉଥିଲେ ଲକ୍ଷ୍ମୀ ଠାକୁରାଣୀ ।

ପିତ୍ରାଳୟରୁ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଧରି ବଡ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ଲାଗି ହୋଇଥାଏ । ଆଜି ମହାପ୍ରଭୁ ମକର ଚୌରାସି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ  । ଏଥର କୋଭିଡ୍ ଯୋଗୁଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇବେ ନାହିଁ ଭକ୍ତ । ସେପଟେ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଯାତ୍ରା ଯୋଗୁଁ ଆଜିଠାରୁ ଶୀତ କମିଥାଏ ଓ ଗରମ ବଢିଥାଏ ।

The post ଆଜି ମହାପ୍ରଭୁଙ୍କ ମକର ଚୌରାସି ବେଶ appeared first on Odisha Reporter.



from Odisha Reporter https://ift.tt/33lkaz7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages