ଆଜି ଶ୍ରାବଣ ଶେଷ ସୋମବାର, ଲୋକାରଣ୍ୟ ଶିବାଳୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 7, 2022

ଆଜି ଶ୍ରାବଣ ଶେଷ ସୋମବାର, ଲୋକାରଣ୍ୟ ଶିବାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଲ୍ ବମ୍…ହର ହର ବମ୍ । ଏହିପରି ଶିବ ଧ୍ୱନିରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମହାଦେବଙ୍କ ଆରାଧନା ପାଇଁ କାହିଁ କେତେ ବାଟ ଅତିକ୍ରମ କରି ବିଭିନ୍ନ ଶୈବପୀଠରେ ପହଞ୍ଚୁଛନ୍ତି କାଉଡ଼ିଆ । ଆଜି ଶ୍ରାବଣ ମାସର ଶେଷ ସୋମବାର । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଏଥିପାଇଁ ବଡି ଭୋରରୁ ଲୋକାରଣ୍ୟ ହୋଇଛି ରାଜ୍ୟର ସମସ୍ତ ଶିବାଳୟ।

ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଆଠଗଡ଼ର ଧବଳେଶ୍ୱର, ଆରଡ଼ିର ବାବା ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ଭଳି ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଦେଖିବାକୁ ମିଳିଛି । ବୋଲବମ୍ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ଜଳାଭିଷେକ କରିପାରିବେ ଏବଂ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଧବଳେଶ୍ୱର ପୀଠରେ ରାତି ୨ଟାରୁ ପହଡ ଖୋଲାଯାଇ ୧୦୮କଳସ ଜଳରେ ବାବା ଧବଳମଣିଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆରତୀ କରାଯାଇଥିଲା। ଏହାପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟି କୋଣରୁ ନଦୀଘାଟରୁ ଆରମ୍ଭ କରି ଝୁଲାପୋଲ ପର୍ଯ୍ୟନ୍ତ ସବୁଠାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଓ ପୂଜକ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

The post ଆଜି ଶ୍ରାବଣ ଶେଷ ସୋମବାର, ଲୋକାରଣ୍ୟ ଶିବାଳୟ appeared first on Odisha Reporter.



from Odisha Reporter https://ift.tt/LM5Qm3x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages