ମଦ ମୃତ୍ୟୁକୁ ରୋକିପାରୁନାହାନ୍ତି ବିହାର ସରକାର: ପାଟନା ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 19, 2022

ମଦ ମୃତ୍ୟୁକୁ ରୋକିପାରୁନାହାନ୍ତି ବିହାର ସରକାର: ପାଟନା ହାଇକୋର୍ଟ

ପାଟନା : ମଦ ଉପରେ ବିହାର ସରକାର ନିଷେଧାଦେଶ ଜାରି କରିଥିବା ବେଳେ ଏହାକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ଫଳରେ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି। ବିହାରରେ ଲଗାତାର ମଦ ମୃତ୍ୟୁ ମାମଲା ବଢ଼ୁଥିବାରୁ ପାଟନା ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଚୋରା ମଦ ବିକ୍ରି ଅଭିଯୋଗରେ ମୁଜାଫରପୁର ଜିଲା ବାସିନ୍ଦା ନୀରଜ ସିଂହ ନାମକ ଜଣେ ବ୍ୟକ୍ତି ଗତବର୍ଷ ନଭେମ୍ବରରୁ ଗିରଫ ହୋଇ ଜେଲ୍‌ରେ ରହିଥିବା ବେଳେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଜାମିନ ମାମଲାର ଶୁଣାଣି କରି ଜଷ୍ଟିସ୍‌ ପୂ​‌ର୍ଣ୍ଣନ୍ଦୁ ସିଂହଙ୍କ ପୀଠ ନିଜ ମନ୍ତବ୍ୟରେ ଦର୍ଶାଇଥିଲେ ଯେ,  ନୀତୀଶ ସରକାର ମଦ ବିକ୍ରି ବନ୍ଦ ନିୟମ ଲାଗୁ କରି ଚୁପ୍‌ ହୋଇ ବସି ରହିଛନ୍ତି। ଏହାର ଅନୁପାଳନ ଠିକ୍ ଭାବେ ହେଉଛି କି ନାହିଁ ତାହା ଦେଖିବାକୁ କେହି ନାହାନ୍ତି। ରାଜ୍ୟରେ ଚୋରା ମଦ ବିକ୍ରି ବଢ଼ିଥିବା ବେଳେ ବିଷାକ୍ତ ମଦ ପିଇ ଅନେକ ଜୀବନ ଯାଉଛି।

ସେହିପରି ବିଷାକ୍ତ ମଦ ପିଇ ଗୁରୁତର ହେଉଥିବା ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବିଷାକ୍ତ ମଦରେ ମିଥାଇଲ୍‌ ରହୁଛି। ମିଥାଇଲ୍‌ର ୫ ମିଲିଲିଟର ଜଣଙ୍କୁ ଦୃଷ୍ଟିହୀନ କରିଥାଏ।  ବିଷାକ୍ତ ମଦ ବ୍ୟବସାୟ ରୋକିବାକୁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ  ପରିସ୍ଥିତି ଦିନକୁ ଦିନ ଜଟିଳ ହୋଇପଡୁଛି। ସେହିପରି ରାଜ୍ୟରେ ଚରସ୍‌, ଗଞ୍ଜେଇ ଓ ଭାଙ୍ଗ ବିକ୍ରି ବନ୍ଦ ରହିଥିବା ବେଳେ ଲୁଚାଛପାରେ ଏହାର ବ୍ୟବସାୟ ଚାଲିଛି। ଅଳ୍ପବୟସରୁ ପିଲାମାନେ ଏସବୁ ନିଶାଦ୍ରବ୍ୟ ବ୍ୟବହାର କରିବାର ଅନେକ ନଜିର ରହିଥିବା ବେଳେ ରାଜ୍ୟ ସରକାର ହାତ ବାନ୍ଧି ବସିଛନ୍ତି।

ଚୋରା ନିଶାଦ୍ରବ୍ୟ କାରବାରରେ ଅନେକ ସରକାରୀ ଅଧିକାରୀ ସାମିଲ ଥିବା ନେଇ ବହୁବାର ଅଭିଯୋଗ ହେଉଛି।  ଏ ସଂପର୍କରେ ପୀଠ କହିଥିଲେ ଅବକାରୀ ମାମଲାରେ ଗିରଫ ହେଉଥିବା ବ୍ୟକ୍ତି ଅଧିକାଂଶ କ୍ଷେତ୍ରରେ ଗରିବ ଶ୍ରେଣୀର। ମୁଖ୍ୟ କାର୍ପଟଦାର ପରଦା ପଛରେ ଲୁଚି ରହୁଥିବା ଏକ ଗମ୍ଭୀର ପ୍ରସଙ୍ଗ। ସେହିପରି ଜବତ ମଦ ବୋତଲକୁ ନଷ୍ଟ କରିବା ପ୍ରସଙ୍ଗରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ପୀଠ ଦର୍ଶାଇଥିଲେ। ଜନବସତି ଅଞ୍ଚଳ ଠାରୁ ଦୂରରେ ଜବତ ମଦ ବୋତଲକୁ ଉପଯୁକ୍ତ ଉପାୟରେ ନଷ୍ଟ କରାଯିବା ଉଚିତ୍ ବୋଲି ପୀଠ ସ୍ପଷ୍ଟ କରି ଦେଇଥିଲେ। ସୂଚନା ଅନୁଯାୟୀ, ସୂଚନାଥାଉ କି ନିର୍ବାଚନ ପ୍ରତିଶ୍ରୁତି ପାଳନ ପୂର୍ବକ ନୀତୀଶ ସରକାର ୨୦୧୬ ଏପ୍ରିଲ୍‌ରୁ ରାଜ୍ୟରେ ମଦ ବିକ୍ରି ବନ୍ଦ କରିଛନ୍ତି।

The post ମଦ ମୃତ୍ୟୁକୁ ରୋକିପାରୁନାହାନ୍ତି ବିହାର ସରକାର: ପାଟନା ହାଇକୋର୍ଟ appeared first on Odisha Reporter.



from Odisha Reporter https://ift.tt/AnvZBXk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages