ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 29, 2023

ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌

ଆଜି ସକାଳୁ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲ୍‌ପାଦୁଠାରେ ଏକ ବସ୍‌ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳି ଯାଇଛି। ବସ୍‌ଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି।

ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରେ ଆଣ୍ଠୁ ଗଣ୍ଠି ବାତରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଏ। ବିଭିନ୍ନ ଜିଲ୍ଲାରୁ ରୋଗୀଙ୍କୁ ଏଠାକୁ ଅଣାଯାଇ ମାଗଣାରେ ଚିକିତ୍ସା କରାଯାଇଥାଏ।

କିଛି ଦିନ ହେବ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ପ୍ରାୟ ୨୦ ରୋଗୀଙ୍କୁ ସାଇ ସେବା ସଦନ ହସ୍ପିଟାଲ ଅଣାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା। ସୁସ୍ଥ ହେବା ପରେ ଆଜି ରାତି ପ୍ରାୟ ୩ଟାରେ ଏକ ବସ୍‌ ଯୋଗେ ସେମାନଙ୍କୁ ହରଭଙ୍ଗା ଅଭିମୁଖେ ନିଆଯାଉଥିଲା।

ମାତ୍ର ଭୋର ପ୍ରାୟ ୫ଟା ବେଳକୁ ବସ୍‌ଟି ଫାଲ୍‌ପାଦୁଠାରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ଏକ ଡିଭାଇଡରରେ ପିଟି ହେବା ସହ ହୁତୁହୁତୁ ହୋଇ ଜଳି ଉଠିଥିଲା।  ମାତ୍ର ସ୍ଥାନୀୟ ଲୋକେ, ପୁଲିସ୍‌ ତଥା ଅଗ୍ନିଶମ କର୍ମଚାରୀ ତା’ ପୂର୍ବରୁ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ।

ଘଟଣା ପରେ ବସ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଛନ୍ତି। ଅନ୍ୟ ଏକ ଗାଡ଼ି ବନ୍ଦୋବସ୍ତ କରାଯାଇ ସମସ୍ତ ଯାତ୍ରୀଙ୍କୁ ହରଭଙ୍ଗା ଅଭିମୁଖେ ପଠାଯାଇଛି। ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ବସ୍‌ର ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ତେବେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ONfSjuk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages