ଦ୍ୱିପାକ୍ଷିକ ଆଲୋଚନା ବେଳେ ବିବିସି ରେଡ୍‌ କଥା ଉଠାଇଲା ବ୍ରିଟେନ, ଜବାବ ରଖିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 1, 2023

ଦ୍ୱିପାକ୍ଷିକ ଆଲୋଚନା ବେଳେ ବିବିସି ରେଡ୍‌ କଥା ଉଠାଇଲା ବ୍ରିଟେନ, ଜବାବ ରଖିଲା ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ଦଙ୍ଗାକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିବା ବିବିସିର ଭାରତୀୟ ଅଫିସରେ ଆୟକର ବିଭାଗ ନିକଟରେ ରେଡ୍‌ କରିଥିଲା। ଏହି ରେଡ୍‌କୁ ନେଇ ବିବାଦ ଚାଲିଥିବା ବେଳେ ଆଜି ବ୍ରିଟେନ ସରକାର ଏ ପ୍ରସଙ୍ଗ ଉଠାଇଛନ୍ତି। ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥିବା ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେଭରଲୀ ଆଜି ବିବିସିରେ ଆୟକର ବିଭାଗର ରେଡ କଥା ଉଠାଇଥିଲେ।

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ସେ ରେଡକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତେବେ ଏସ ଜୟଶଙ୍କର ମଧ୍ୟ ଭାରତର ପକ୍ଷ ବେଶ ଦୃଢ଼ତାର ସହ ରଖିଛନ୍ତି। ଭାରତରେ କାମ କରୁଥିବା ସବୁ ସଂସ୍ଥା ଦେଶରେ ପ୍ରଚଳିତ ଆଇନକୁ ମାନିବାକୁ ବାଧ୍ୟ। କେହି ବି ଆଇନ ଠାରୁ ଉପରେ ନୁହନ୍ତି ବୋଲି ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ କହିଥିବା ଜଣାପଡ଼ିଛି।

ଏକଥା ଶୁଣି ଜେମ୍ସ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଏଥିସହ ସେ ମିଡିଆ ସ୍ୱାଧୀନତା କଥା ମଧ୍ୟ ଜୟଶଙ୍କରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ ପ୍ରକୃତରେ ବିବିସି ପ୍ରସଙ୍ଗରେ କ’ଣ ସବୁ ଆଲୋଚନା ହୋଇଛି, ସେକଥା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାହାକୁ କିଛି ଅବଗତ କରାଯାଇନି।

ଟିକସ ହେରଫେର ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ରେଡ କରାଯାଇଥିଲା। ଏହି ସମୟରେ କର୍ମଚାରୀଙ୍କ ମୋବାଇଲ ଫୋନ ଓ ଲ୍ୟାପଟପକୁ ପ୍ରାୟ ୬୦ ଘଣ୍ଟା ସିଜ କରି ରଖାଯାଇଥିଲା। ୬୦ ଘଣ୍ଟାର ଛାନଭିନ ପରେ ଆୟକର ବିଭାଗର ଅଧିକାରୀମାନେ ବିବିସି ଅଫିସରୁ ବାହାରିଥିଲେ।

ବିବିସି ତଦନ୍ତରେ ସହଯୋଗ କରୁଥିବା ସଂସ୍ଥା ପକ୍ଷରୁ ମଧ୍ୟ କୁହାଯାଇଥିଲା। ଏସବୁ ଭିତରେ ବ୍ରିଟେନ ସାଂସଦମାନେ ବିବିସି ସପକ୍ଷରେ ରହିଥିବା ଖୋଲାଖୋଲି ଘୋଷଣା କରିଥିଲେ। ଏଥିସହ ଭାରତ ସରକାରୁ ଗଣମାଧ୍ୟମର ସମ୍ପାଦକୀୟ ସ୍ୱାଧୀନତାର ପାଠ ପଢ଼ାଇବାକୁ ଚେଷ୍ଟା କରିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0AI4muN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages