ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ହେବ ଆଲୋଚନା ତା’ଉପରେ ସମସ୍ତଙ୍କର ନଜର ରହିଛି।
ତେବେ ଓଡ଼ିଶା ଗସ୍ତ ପୂର୍ବରୁ କୋଲକାତାରେ ମମତା ନବୀନଙ୍କ ସାକ୍ଷାତ ସୌଜନ୍ୟମୂଳକ ରହିବ ବୋଲି ମମତା କହିଥିଲେ। ସେହିପରି ନବୀନ ମଧ୍ୟ ଥାର୍ଡଫ୍ରଣ୍ଟ ନେଇ ସେଭଳି କିଛି ଆଲୋଚନା ହେବାର ନାହିଁ ବୋଲି କହିଥିଲେ।
ଏପଟେ ପୁରୀରେ ନିର୍ମାଣ ହେବ ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଅତିଥି ଭବନ। ଏଥିପାଇଁ ଜାଗା ଦେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟ ପରେ ରାଜ୍ୟ ସରକାର କେତେ ପରିମାଣର ଜମି ଯୋଗାଇବେ ତାହା ସ୍ପଷ୍ଟ ହେବ। ଗତକାଲି ଅପରାହ୍ଣରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ମମତା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି। ସେ ଦୁଇ ଦିନ ହେବ ପୁରୀରେ ରହିଥିଲେ। ଆଜି ଶେଷ ଦିନରେ ମମତା ବାନାର୍ଜୀ ଭୁବନେଶ୍ୱର ଆସି ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0sJHlMw
No comments:
Post a Comment