ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି ଦୁଇଟି ସ୍ୱର୍ଣ୍ଣ ପଦକ । ୫୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟ ଓ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ହାସଲ କରିଛି ଏହି ପଦକ । ୫୦ ମିଟର ଏୟାର ରାଇଫଲ ଟିମ୍ରେ ପ୍ରତାପ ତୋମାର, ସ୍ୱପ୍ନିଲ, ଅଖିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ମହିଳା ସୁଟର ପଲକ । ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି।
ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ବି ମିଳିଛି । ଇଶା ସିଂ ଭାରତ ପାଇଁ ଏହି ପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ଟେନିସ ଡବଲ୍ସରେ ସାକେତ୍-ରାମନାଥନ୍ ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।
ନର ହାଙ୍ଗଝୌରେ ଆୟୋଜିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ପଦକ ସଂଖ୍ୟା ୩୦ରେ ପହଞ୍ଚିଛି। ସେଥି ମଧ୍ୟରେ ୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ପଦକ ରହିଛି। ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ।
ଗତକାଲି ପୁରୁଷ 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।
.......
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YweMf4C
No comments:
Post a Comment