ଆମେରିକାରେ ଗୁଳିକାଣ୍ଡ: ୨୨ ମୃତ, ୫୦ରୁ ଅଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 25, 2023

ଆମେରିକାରେ ଗୁଳିକାଣ୍ଡ: ୨୨ ମୃତ, ୫୦ରୁ ଅଧିକ ଆହତ

ଆମେରିକାରେ ପୁଣି ଗୁଳିକାଣ୍ଡ। ଜଣେ ବ୍ୟକ୍ତିର ଅତର୍କିତ ଗୁଳିମାଡ଼ରେ ଲିୱିଷ୍ଟନରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। 

ଆମେରିକାର ସ୍ଥାନୀୟ ସମୟ ଅନୁସାରେ ବୁଧବାର ସନ୍ଧ୍ୟାରେ ଏକ ବାର୍‌ ସମେତ ତିନୋଟି ସ୍ଥାନରେ ଏହି ଆତତାୟୀ ଜଣକ ଗୁଳି କରିଥିଲା। ସନ୍ଧ୍ୟା ୭ଟା ରୁ ସାଢ଼େ ୮ଟା ମଧ୍ୟରେ ଏହି ଗୁଳିକାଣ୍ଡ ଘଟଣାଗୁଡ଼ିକ ଘଟିଥିଲା।

ଆତତାୟୀ ଜଣକ ସେମି ଅଟୋମେଟିକ ବନ୍ଧୁକରୁ ଗୁଳିମାଡ଼ କରିଥିଲା। ସେ ଫେରାର ଅଛି। ତାକୁ ଧରିବାକୁ ପୁଲିସ ପକ୍ଷରୁ ତନାଘନା ଚାଲିଛି। ତା’ର ଦୁଇଟି ଫଟୋ ଜାରି କରାଯାଇଛି। ତାକୁ ଚିହ୍ନି ତା’ ବିଷୟରେ ସୂଚନା ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଛି ପୁଲିସ୍। ଏହା ସହିତ ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି।

ପୁଲିସ୍ ଏକ ଧଳା ଏସ୍‌ୟୁଭି କାର୍‌ର ଫଟୋ ଜାରି କରିଛି। ଏହା ସଂପୃକ୍ତ ଆତତାୟୀର ବୋଲି ପୁଲିସ ସନ୍ଦେହ କରୁଛି। ଏହି କାର୍ ସମ୍ପର୍କରେ ସୂଚନା ପାଇଲେ ତତ୍‌କ୍ଷଣାତ ପୁଲିସ୍‌କୁ ଖବର ଦେବାକୁ ଲୋକଙ୍କୁ କୁହାଯାଇଛି।

୨୦୨୨ ମେ’ ପରେ ଆମେରିକାରେ ଏଭଳି ବଡ଼ ଧରଣର ଗୁଳିକାଣ୍ଡ ହୋଇଛି । ସେ ବର୍ଷ ଟେକ୍ସାସରେ ହୋଇଥିବା ଗୁଳିକାଣ୍ଡରେ ୧୯ଜଣ ଶିଶୁ ଓ ଦୁଇ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ରେ ଆମେରିକାର ଲାସ୍ ଭେଗସରେ ଏକ ସଂଗୀତ କାର୍ଯ୍ୟକ୍ରମରେ ଘଟିଥିବା ଗୁଳିକାଣ୍ଡରେ ୫୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

କୋଭିଡ୍ ପରଠାରୁ ଆମେରିକାରେ ଗୁଳିମାଡ଼ ଘଟଣା ଚିନ୍ତାଜନକ ବୃଦ୍ଧି ପାଉଛି। ୨୦୨୨ରେ ୬୪୭ଟି ଗୁଳିକାଣ୍ଡ ହୋଇଥିବା ବେଳେ ଚଳିତ ବର୍ଷ ଏଯାବତ ୫୦୦ ଅଧିକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pYk4bnl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages