ଛତିଶଗଡ଼ ସହ ମିଜୋରାମରେ ବି ଆଜି ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ଯାଇଛି। ମିଜୋରାମର ସମସ୍ତ ୪୦ଟି ବିଧାନସଭା ସିଟ୍ ପାଇଁ ଆଜି ଭୋଟିଂ ହେଉଛି।
ମାତ୍ର ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ମିଜୋ ନ୍ୟାସନାଲ ଫ୍ରଣ୍ଟ ଜୋରମଥାଙ୍ଗା ଆଜି ନିଜ ମତାଧିକାର ସାବ୍ୟସ୍ତ କରି ପାରି ନାହାନ୍ତି। ସେ ମତଦାନ କେନ୍ଦ୍ରକୁ ଯାଇଥିଲେ ବି ମତଦାନ କରି ପାରି ନ ଥିଲେ। ଯାନ୍ତ୍ରୀକ ତ୍ରୁଟିରୁ ଭୋଟ ଦେଇ ପାରି ନ ଥିବା ଖୋଦ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବାହାରକୁ ଆସି କହିଥିଲେ। ଏଥିସହ ପୁଣି ଥରେ ଆସି ଆଜି ଭୋଟ ଦେବେ ବୋଲି ବି କହିଛନ୍ତି।
ଏହି ଅବସରରେ ସେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି କହିଛନ୍ତି, ମିଜୋରାମରେ କୌଣସି ତ୍ରିଶଙ୍କୁ ବିଧାନସଭା ହେବ ନାହିଁ। ଏଠାରେ MNF ବହୁମତ ହାସଲ କରିବ । ଆମେ ବିଜେପି ସହ କୌଣସି ସମ୍ପର୍କ କରି ନାହୁଁ । ସେମାନେ ମଧ୍ୟ ଆମ ସହ ଯୋଗାଯୋଗ କରି ନାହାନ୍ତି। କେନ୍ଦ୍ରରେ ଆମେ ଏନଡିଏ ସହ ଥିଲେ ବି ରାଜ୍ୟରେ ବିଜେପି ସହ ଆମର କୌଣସି ଲିଙ୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମିଜୋରାମର ବହୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭୋଟିଂ ହେଉଥିବାରୁ ୬୦ ହଜାର ସୁରକ୍ଷା ବଳ ମୁତୟନ କରାଯାଇଛି। ରାଜ୍ୟରେ ସୁରୁଖୁରରେ ମତଦାନ ସମ୍ପନ୍ନ କରାଇବା ନିମନ୍ତେ ୨୫, ୪୨୯ କର୍ମଚାରୀ ମୁତୟନ ହୋଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/qUBtQOg
No comments:
Post a Comment