ଭାରତ ଠାରୁ ବିଜୟ ଛଡ଼ାଇ ନେଲେ ମ୍ୟାକ୍ସୱେଲ ଓ ୱେଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 28, 2023

ଭାରତ ଠାରୁ ବିଜୟ ଛଡ଼ାଇ ନେଲେ ମ୍ୟାକ୍ସୱେଲ ଓ ୱେଡ୍‌

ଫିକା ପଡ଼ିଲା ଋତୁରାଜ ଗାଏକ୍ୱାଡଙ୍କ ୫୭ ବଲରେ ଅପରାଜିତ ୧୨୩ ରନର ଇନିଂସ। ଭାରତ ଠାରୁ ନିଶ୍ଚିତ ବିଜୟକୁ ଛଡ଼ାଇ ନେଇଛନ୍ତି ଗ୍ଲେନ ମ୍ୟାକ୍ସୱେଲ ଓ ଅଷ୍ଟ୍ରେଲିଆର ଅଧିନାୟକ ମାଥ୍ୟୁ ୱେଡ।

ମ୍ୟାକ୍ସୱେଲ ୪୮ ବଲରେ ଅପରାଜିତ ୧୦୪ ଓ ୱେଡ ୧୬ ବଲରେ ଅପରାଜିତ ୨୮ ରନର ଇନିଂସ ଖେଳି ଟି-୨୦ ସିରିଜରେ କଙ୍ଗାରୁ ଟିମର କମବ୍ୟାକ କରାଇଛନ୍ତି। ମ୍ୟାକ୍ସୱେଲ ତାଙ୍କ ଇନିଂସରେ ୮ଟି ଛକା ଓ ୮ଟି ଚୌକା ମାରିଛନ୍ତି। ଶେଷ ୨ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୪୩ ରନର ଆବଶ୍ୟକତା ଥିବା ବେଳେ ଦଳ ଏହାକୁ ବେଶ ସହଜରେ ହାସଲ କରିନେଇଛି। 

ବିଶାଳ ୨୨୩ ରନର ଟାର୍ଗେକୁ ପିଛା କରୁଥିବା ଅଷ୍ଟ୍ରେଲିଆକୁ ଶେଷ ବଲରେ ଚୌକା ମାରି ମ୍ୟାକ୍ସୱେଲ ବିଜୟ ଭେଟି ଦେଇଛନ୍ତି। ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜକୁ ମଧ୍ୟ ଜୀବିତ ରଖିବାକୁ ସକ୍ଷମ ହୋଇଛି କଙ୍ଗାରୁ ଟିମ। ଭାରତ ପ୍ରଥମ ଦୁଇ ଟି-୨୦ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଏବେ ତୃତୀୟ ମ୍ୟାଚ ଜିତିଛି। ଏଥିସହ ଟି-୨୦ ସିରିଜ ୨-୧ ସ୍ଥିତିକୁ ଚାଲି ଆସିଛି। 

ଗୌହାଟୀରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଋତୁରାଜ ଗାଏକ୍ୱାଡଙ୍କ ୫୭ ବଲରେ ଅପରାଜିତ ୧୨୩ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭାରରେ ୩ ୱିକେଟ ହରାଇ ୨୨୨ ରନ କରିଥିଲା। 

୨୨୩ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆକୁ ଟ୍ରାଭିସ ହେଡ୍‌ ଓ ଆରୋନ ହାର୍ଡି ବିସ୍ଫୋରକ ଆରମ୍ଭ ଦେଇଥିଲେ। ୪.୨ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନ କରି ନେଇଥିଲା। କିନ୍ତୁ ଏହି ସମୟରେ ୧୬ ରନ କରିଥିବା ହାର୍ଡିଙ୍କୁ ଅର୍ଶଦୀପ ସିଂହ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୬୬ ରନ ଥିବା ବେଳେ ହେଡ ୩୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଆବେଶ ଖାନ ନେଇଥିଲେ।

ପ୍ରଥମ ଟି-୨୦ରେ ଶତକ ହାସଲ କରିଥିବା ଜୋଶ ଇଙ୍ଗଲିସ(୧୦) ଆଜି ବେଶୀ କିଛି କରିପାରି ନାହାନ୍ତି। ସେହିପରି ମାର୍କସ ଷ୍ଟୋଇନିସ କେବଳ ୧୭ ରନ କରିବାକୁ ସକ୍ଷମ ହୋଇଛନ୍ତି। ଟିମ ଡାଭିଡଙ୍କୁ ପ୍ରଥମ ବଲରେ ଆଉଟ କରି ରବି ବିଷ୍ଣୋଇ ଅଷ୍ଟ୍ରେଲିଆକୁ ୫ମ ଝଟକା ଦେଇଥିଲେ। ୧୩୪ ରନରେ ଦଳ ୫ମ ୱିକେଟ ହରାଇଥିଲା।

ଏତିକି ବେଳେ ମ୍ୟାକ୍ସୱେଲ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେ ଭାରତର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରି ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେବାକୁ ବସିଥିଲେ। ତାଙ୍କୁ ଅଧିନାୟକ ମାଥ୍ୟୁ ୱେଡ ସାଥ ଦେଇଥିଲେ। ମ୍ୟାକ୍ସୱେଲ ୪୧ ବଲରେ ୮୫ ରନ କରିଥିବା ବେଳେ ଦଳକୁ ଜିତିବା ପାଇଁ ୧୫ ବଲରେ ୪୬ ରନର ଆବଶ୍ୟକ ଥିଲା।

୧୮ତମ ଓଭର ବୋଲିଂ କରୁଥିବା ପ୍ରସିଦ୍ଧ ବେଶ ଚମତ୍କାର ଢଙ୍ଗରେ ବୋଲିଂ କରି ମ୍ୟାକ୍ସୱେଲଙ୍କୁ ବଡ଼ ଶଟ ଖେଳିବାକୁ ଦେଇ ନଥିଲେ। ତାଙ୍କର ୫ମ ବଲରେ କ୍ୟାଚ୍‌ ମଧ୍ୟ ଉଠିଥିଲା। ସୂର୍ଯ୍ୟ କୁମାରର ଡାଇଭ ମାରି ବଲକୁ ଅଟକାଇଥିଲେ ମଧ୍ୟ କ୍ୟାଚ୍‌ କରିବାକୁ ସକ୍ଷମ ହୋଇ ନଥିଲେ। ପରବର୍ତ୍ତୀ ବଲ ୱାଇଡ ହୋଇଥିଲା। କିନ୍ତୁ ଶେଷ ବଲ ଡଟ ହୋଇଥିଲା। 

ଫଳରେ ଅଷ୍ଟ୍ରେଲିଆକୁ ଶେଷ ୨ ଓଭରରେ ଜିତିବା ପାଇଁ ୪୩ ରନର ଆବଶ୍ୟକ ରହିଥିଲା। ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ। ତାଙ୍କୁ ୱେଡ କଡ଼ା ପ୍ରହାର କରିଥିଲେ। ପ୍ରଥମ ୩ ବଲରେ ୧୦ ରନ ଆଦାୟ କରିଥିଲେ।

ପରବର୍ତ୍ତୀ ବଲ ଈଶାନ କିଶନ ଷ୍ଟମ୍ପ ଆଗରୁ ଧରିବାରୁ ନୋ ବଲ ହୋଇଥିଲା। ଫ୍ରି ହିଟରେ ୱେଡ ଛକା ମାରିଥିଲେ। ୫ମ ବଲରେ ୧ ରନ ନେଇ ସେ ମ୍ୟାକ୍ସୱେଲଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଶେଷ ବଲରେ ବାଇରୁ ୪ ରନ ମିଳିଥିଲା। ଏପରି ଭାବେ ଅଷ୍ଟ୍ରେଲିଆକୁ ୧୯ତମ ଓଭରରୁ ୨୨ ରନ ମିଳିଥିଲା। 

ଶେଷ ଓଭରକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୨୧ ରନ ଦରକାର ଥିଲା। ବୋଲିଂ କରିବାକୁ ଆସିଥିଲେ ପ୍ରସିଦ୍ଧ କ୍ରିଷ୍ଣା। ସାମ୍ନାରେ ୱେଡ ଥିଲେ। ପ୍ରଥମ ବଲରେ ଅଷ୍ଟ୍ରେଲିଆକୁ ଚୌକା ମିଳିଥିଲା। ଦ୍ୱିତୀୟ ବଲରୁ ୧ ରନ ମିଳିଥିଲା। ଏବେ ଷ୍ଟ୍ରାଇକ ପାଇଥିଲେ ମ୍ୟାକ୍ସୱେଲ। ତୃତୀୟ ବଲରେ ମ୍ୟାକ୍ସୱେଲ ଛକା ମାରିଥିଲେ। ୪ର୍ଥ ବଲରେ ସେ ପୁଣି ଚୌକା ମାରିଥିଲେ। ଏଥିସହ ବ୍ୟକ୍ତିଗତ ଭାବେ ୯୬ ରନରେ ପହଞ୍ଚି ଯାଇଥିଲେ।

୫ମ ବଲରେ ମଧ୍ୟ ସେ ଚୌକା ମାରି ୪୭ ବଲରେ ନିଜର ଶତକ ହାସଲ କରିଥିଲେ। ଶେଷ ବଲରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨ ରନ ଦରକାର ଥିଲା। ମ୍ୟାକ୍ସୱେଲ ଶେଷ ବଲରେ ମଧ୍ୟ ଚୌକା ମାରି ଅଷ୍ଟ୍ରେଲିଆକୁ ୫ ୱିକେଟରେ ବିଜୟ ଭେଟି ଦେଇଥିଲେ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WyqzgZc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages