ଫିଫା ବିଶ୍ୱକପ ୨୦୧୮: ବିଜେତାକୁ ମିଳିବ ଏତେ ଟଙ୍କା, ଯେଉଁଥିରେ ଏକାଧିକ କ୍ରିକେଟ୍‌ ୱାର୍ଲ୍ଡକପ୍‌ ସମ୍ଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 7, 2018

ଫିଫା ବିଶ୍ୱକପ ୨୦୧୮: ବିଜେତାକୁ ମିଳିବ ଏତେ ଟଙ୍କା, ଯେଉଁଥିରେ ଏକାଧିକ କ୍ରିକେଟ୍‌ ୱାର୍ଲ୍ଡକପ୍‌ ସମ୍ଭବ

ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଫୁଟବଲ୍‌ ମହାକୁମ୍ଭ। ଋଷ୍‌ରେ ହେବାକୁ ଥିବା ଫିଫା ବିଶ୍ୱକପ ଜୁନ ୧୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୨ଟି ଟିମ୍‌ ଏହି ପ୍ରତିୟୋଗିତାରେ ଭାଗନେବେ। ପ୍ରତିଯୋଗିତାର ଚାମ୍ପିୟନ ଦଳକୁ ବିଭିନ୍ନ ପୁରସ୍କାର ରାଶି ବ୍ୟତୀତ ଚକ୍‌ମକ୍‌ କରୁଥିବା ଏକ ବିଶାଳ ସୁନାର ମୁକୁଟ ମଧ୍ୟ ମିଳିବ। ଏହି ମୁକୁଟର ମୂଲ୍ୟ ୧୮ କୋଟିରୁ ଉର୍ଦ୍ଧ ବୋଲି କୁହାଯାଉଛି। ‌୨୦୧୮ ଫିଫା ବିଶ୍ୱକପରେ  ୭୯୧ମିଲିୟନ ଡଲାର ପୁରସ୍କାର ରାଶି ରହିଛି। ଯାହା ୨୦୧୪ ବିଶ୍ୱକପ ଠାରୁ ୪୦ ପ୍ରତିଶତ ଅଧିକ ଟଙ୍କା ପୁରସ୍କାର ରାଶି ରହିଛି।

କ୍ରିକେଟ୍‌ ବିଶ୍ୱକପ ସହ ଯଦି ଫୁଟବଲ୍‌ ବିଶ୍ୱକପକୁ ତୁଳନା କରାଯାଏ ତେବେ କ୍ରକେଟ୍‌ର ପୁରସ୍କାର ରାଶି ଫୁଟ୍‌ବଲ ଠାରୁ ବହୁତ କମ୍‌। ଭାରତରେ ୨୦୧୧ରେ ଖେଳାଯାଇଥିବା କ୍ରିକେଟ୍‌ ବିଶ୍ୱକପର ପୁରସ୍କାର ରାଶି ଫୁଟବଲ୍‌ ରାଶି ଠାରୁ ପ୍ରାୟ ୮ ଗୁଣା କମ୍।

ଫିଫା ବିଶ୍ୱକପର ଚାମ୍ପିୟନକୁ ୨୫୫ କୋଟି ଚଙ୍କା ମିଳିବାକୁ ଥିବା ବେଳେ ଉପ ବିଜେତାକୁ ମିଳିବ ୧୯୪.୪ କୋଟି ଟଙ୍କା ମିଳିବ। ସେହିପରି ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ବିଶ୍ୱକପରେ ମାତ୍ର ୧୦ ମିଲିୟନ ୨ ଲକ୍ଷ ୨୫୦୦୦ ଡଲାର। ପୁରସ୍କାର ରାଶି ରହିଥିଲା।

ଅନ୍ୟପଟେ ଫିଫା ବିଶ୍ୱକପ ଟଙ୍କାର ପାହଡ ଉପରେ ଛିଡ଼ା ହୋଇଛି। ସମ୍ପୂର୍ଣ୍ଣ ପୁରସ୍କାର ରାଶିର ୪୦ ପ୍ରତିଶତ ଅର୍ଥ ବିଭିନ୍ନ ଟିମ୍‌କୁ ପ୍ରଦର୍ଶନ ଆଧାରରେ ଦିଆଯିବ। ବିଶ୍ୱକପରେ ୨୦ କୋଟି ୯ ଲକ୍ଷ ଡଲାର ବିଭିନ୍ନ କ୍ଲବକୁ ଦିଆଯିବ, ଯେଉଁ କ୍ଲବ୍‌ ସେମାନଙ୍କ ଖେଳାଳିଙ୍କୁ ବିଶ୍ୱକପରେ ଭାଗନେବା ପାଇଁ ଛାଡ଼ିଥିବେ। ଏହାସହ ୧୩ କୋଟି ୪୦ ଲକ୍ଷ ଡଲାର ବିଭିନ୍ନ କ୍ଲବକୁ ଖେଳାଳିଙ୍କ ସ୍ୱାସ୍ଥ ପାଇଁ ଦିଆଯାଇଥଏ। ଏହି ଅର୍ଥ, ପ୍ରତିଯୋଗିତାରେ ଖେଳୁଥିବା ସମୟରେ ଆହତ ହୋଇଥିବା ଖେଳାଳିଙ୍କୁ ଚିକିତ୍ସା ପାଇଁ କ୍ଲବ ଖର୍ଚ୍ଚ କରିବ। ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଟିମ୍‌ ଗୁଡ଼ିକଙ୍କୁ ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାକୁ ୧୫ ଲକ୍ଷ ଡଲାର ଲେଖାଏଁ ମିଳିବ।

ରୁଷ୍‌ରେ ଖେଳା ହେବାକୁ ଯାଉଥିବା ଫିଫା ବିଶ୍ୱକପ ଏଥର ଏକ ନୂଆ ରେକର୍ଡ ସୃଷ୍ଟି କରିବ। ସବୁଠୁ ଅଧିକ ୭୯୧ ମିଲିୟନ ଡଲାର ଏହି ବିଶ୍ୱକପରେ ଖର୍ଚ୍ଚ ହେବ। ବ୍ରାଜିଲରେ ଖେଳାଯାଇଥିବା ପୂର୍ବ ବିଶ୍ୱକପରେ ପୁରସ୍କାର ରାଶି ଥିଲା ୫୭୬ ମିଲିୟନ ଡଲାର। ଏହା ପୂର୍ବରୁ ଦକ୍ଷିଣ ଆପ୍ରିକାରେ ଖେଳାଯାଇଥିବା ବିଶ୍ୱକପରେ ୪୨୦ ମିଲିୟନ ଡଲାର ପୁରସ୍କାର ରାଶି ରହିଥିଲା।  

 

 

 

 



from OdishaReporter https://ift.tt/2sRrUTw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages