
ପୁରୀ(ଓଡ଼ିଶା ରିପୋର୍ଟର): ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥାନ୍ତି। ଆଉ ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଥାନ୍ତି। ଯାହାକୁ ହରିଉତ୍ଥାପନ ଏକାଦଶୀ କୁହାଯାଇଥାଏ। ଏହି ଅବସରରେ ଆଜି ମହାପ୍ରଭୁ ରନସିଂହାସନ ଉପରେ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।
ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ସୁନାର କିଆ ଦ୍ୱାରା ବିଭୂଷିତ କରାଯାଇଥାଏ। ଏହି ସୁନା କିଆକୁ ଠିଆ କରିବା ଭଳି ବିଭୂଷିତ କରାଯାଇଥିବାରୁ ଏହାକୁ ଠିଆକିଆ ବେଶ କୁହାଯାଇଥାଏ। କାଳିଆ ଠାକୁର ହାତରେ ସ୍ୱର୍ଣ୍ଣ ଶ୍ରୀଭୂଜ, ପାଦରେ ଶ୍ରୀପୟର ପୁଣି ଶଙ୍ଖ, ଚକ୍ର ଆୟୁଧ, ବଡ଼ଠାକୁର ବଳଭଦ୍ର ହଳ ମୂଷଳ ଆୟୁଧ ଧାରଣ କରି ଓ ମା’ ସୁଭ୍ରଦା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କ।ରର କଦମ୍ୱମାଳୀ, ବାହାଡା ମାଳୀ, ସେବତୀ ମାଳୀ ଆଦି ପରିଧାନ କରିଥାନ୍ତି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି।
ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ସିଂହଦ୍ୱାର ଚଳଚଞ୍ଚଳ ହୋଇପଡ଼ିଛି। ଲକ୍ଷାଧିକ ଭକ୍ତ ବ୍ୟାରିକେଡ୍ ଦେଇ ବାଇଶିପାହାଚ ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁମାନେ ଠିକ ଭାବେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ବ୍ୟାରିକେଡ ଦେଇ ଥାକ ଥାକ କରି ଭକ୍ତମାନଙ୍କୁ ଦର୍ଶନର ସୁଯୋଗ ଦିଆଯାଉଛି। ସେପଟେ ଅପୂର୍ବ ଦର୍ଶନ ପାଇ ଭକ୍ତ ବିଭୋର ହେବା ସହ ଆଧ୍ୟାମିକ ଭାବନା ଭିତରେ କାର୍ତ୍ତିକ ବ୍ରତ ପାଳନ କରିଥିଲେ।
from Odisha Reporter https://ift.tt/2DLA4EC
No comments:
Post a Comment