
ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଢେଉଁଚାପଦା ଗାଁରେ ଏକ ଘରୁ ଗତକାଲି ରାତିରେ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକମାନେ ହେଲେ ସନିଆ ମୁର୍ମୁ ଓ ତାଙ୍କ ପତ୍ନୀ ସୁମି ମୁର୍ମୁ।
ସେମାନଙ୍କର ଏକ ଛୋଟ ଘର ଓ ଅଳ୍ପ ଜମି ଥିବା ବେଳେ କେହି ସନ୍ତାନ ନଥିଲେ। ଏଥିପାଇଁ ସେମାନେ ଅନେକ ସମୟରେ ଦୁଃଖିତ ରହୁଥିଲେ ବୋଲି ପଡ଼ୋଶୀମାନେ କହିଛନ୍ତି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
from OdishaReporter https://ift.tt/2zOGDoX
No comments:
Post a Comment