ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ratha

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଆଉ ଆଜିଠାରୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯିବ। ବିଧି ମୁତାବକ ସକାଳ ଧୂପ ସରିବା ପରେ ତିନି ଠାକୁରଙ୍କ ଆଜ୍ଞାମାଳ ରଥରେ ଲାଗି କରାଯିବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଆଜ୍ଞାମାଳ ଲାଗି କରାଯିବ।  ଏହାପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯିବ।

ଗତକାଲି ହେରା ପଞ୍ଚମୀ ଅବସରରେ ଗୁଣ୍ଡିଚା ମନ୍ଦିର ନିକଟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।  ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରୁ ମା’ ଲକ୍ଷ୍ମୀ ଠାକୁରାଣୀ ବିମାନରେ ଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ କିଛି ସମୟ ରହିଥିଲେ। ସେଠାରେ ମହାଲକ୍ଷ୍ମୀଙ୍କ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡ଼ିଆ ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ମା’ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଥିଲେ।  ଶେଷରେ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ ନନ୍ଦିଘୋଷ ରଥର ହଂସପଟାକୁ ଭାଙ୍ଗି ନାକଚଣା ଦ୍ୱାର ଦେଇ ହେରାଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।



from OdishaReporter https://ift.tt/2Ls1ShG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages