
ଯେତେବେଳେ ମହାଭାରତ କଥା ଆସେ ପାଣ୍ଡବ ଏବଂ କୌରବଙ୍କ ଯୁଦ୍ଧର ପରାକ୍ରମ ଏବଂ ଶୌର୍ଯ୍ୟର ଗାଥା ବିଷୟରେ ଚର୍ଚ୍ଚା ହୋଇଥାଏ। ଯେମିତିକି ଭୀମ, କର୍ଣ୍ଣ, ଅର୍ଜୁନ ଏବଂ ଦୁର୍ଯ୍ୟୋଧନଙ୍କ ପରାକ୍ରମୀ ଏବଂ ସାହସୀ ବୀରଙ୍କୁ ନେଇ ଅନେକ କଥା ଓ କହାଣୀ ରହିଛି। କିନ୍ତୁ ଏହି ମହାନ ଯୁଦ୍ଧାଙ୍କ ବ୍ୟତୀତ ଆଉ ଜଣେ ମହାରଥୀ ମଧ୍ୟ ଥିଲେ, ଯିଏ ଖୁବ୍ ଶକ୍ତିଶାଳୀ ଓ ବଳୀୟାନ୍ ଥିଲେ। ଖାଲି ସେତିକି ନୁହଁ ନିଜ ଶିର କଟିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ମହାଭାରତ ଯୁଦ୍ଧକୁ ସେ ଦେଖିପାରିଥିଲେ।
ସେହି ମହାନ ଯୁଦ୍ଧା ଜଣକ ହେଲେ ବର୍ବରିକ୍। ଯାହାଙ୍କୁ ଖୋଦ ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଭୟ କରୁଥିଲେ। ବର୍ବରିକ୍ଙ୍କ ପାଖରେ ଏମିତି ଏକ ବାଣ ଥିଲା ଯାହା ତ୍ରିଭୁବନ ବିଜୟ ପ୍ରାପ୍ତ ପାଇଁ କ୍ଷମତା ଥିଲା। ବର୍ବରିକ୍ ଘଟୋତ୍କଚଙ୍କ ପୁତ୍ର ଥିଲେ। ଯିଏ ନିଜ ମା’ଙ୍କଠାରୁ ଯୁଦ୍ଧ ବିଦ୍ୟା ଶିଖିଥିଲେ।
ବର୍ବରିକ୍ ଭଗବାନ ଶିବଙ୍କ ପରମ ଭକ୍ତ ଥିଲେ। ସେ ସର୍ବଦା ଶିବଙ୍କୁ ତପସ୍ୟା କରୁଥିଲେ। ଯାହାର ଭକ୍ତିରେ ପ୍ରସନ୍ନ ହୋଇ ମହାଦେବ ଶିବ ତାଙ୍କୁ ୩ଟି ଆମୋଘ ଅସ୍ତ୍ର ଦେଇଥିଲେ। ବର୍ବରିକ୍ ମଧ୍ୟ ମହାଭାରତ ଯୁଦ୍ଧରେ ଭାଗ ନେବା ପାଇଁ ଚାହୁଁଥିଲେ। କିନ୍ତୁ ତାଙ୍କ ମା’ ତାଙ୍କ ପାଇଁ ଏକ ସର୍ତ୍ତ ରଖିଥିଲେ। କହିଥିଲେ ଯୁଦ୍ଧରେ କୌରବ ଏବଂ ପାଣ୍ଡବ ମଧ୍ୟରେ ଲଢ଼େଇରେ ଯିଏ ହାରିଯିବ ତୁମେ ତାଙ୍କରି ପକ୍ଷରେ ଯୁଦ୍ଧ କରିବ।
ଭଗବାନ ଶ୍ରୀ କୃଷ୍ଣଙ୍କୁ ଏ କଥା ମଧ୍ୟ ଜଣା ଥିଲା ଯେ, ବର୍ବରିକ୍ ଖୁବ୍ ଶକ୍ତିଶାଳୀ ଏବଂ ପରାକ୍ରମୀ। ଆଉ ସେ ତାଙ୍କର ଗୋଟିଏ ବାଣରେ ମହାଭାରତ ଯୁଦ୍ଧର କାୟା ବଦଳେଇଦେଇ ପାରିବେ। କାରଣ ସେ ସମୟରେ ପାଣ୍ଡବଙ୍କ ଠାରୁ କୌରବମାନେ ହାରି ହାରି ଯାଉଥିଲେ।
ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ଟାଳିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଏକ ଉପାୟ ପାଞ୍ଚିଥିଲେ। ଏଥିପାଇଁ ପ୍ରଭୁ ଶ୍ରୀକୃଷ୍ଣ ବ୍ରାହ୍ମଣ ବେଶ ଧାରଣ କରି ଯୁଦ୍ଧକୁ ଯିବା ପୂର୍ବରୁ ବର୍ବରିକ୍ଙ୍କୁ ନିଜ ଶିର ମାଗିଥିଲେ। ତେବେ ଶ୍ରୀକୃଷ୍ଣ ଆସିଥିବା ଜାଣି ବର୍ବରିକ୍ ନିଜ ମୁଣ୍ଡ କାଟିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ।
ହେଲେ ମୁଣ୍ଡକାଟ ପୂର୍ବରୁ ବର୍ବରିକ୍ ମଧ୍ୟ ଏକ ସର୍ତ୍ତ ରଖିଥିଲେ। ଶିର ଛେଦନ ପରେ ମଧ୍ୟ ମହାଭାରତ ଯୁଦ୍ଧକୁ ଦେଖିବା ପାଇଁ ତାଙ୍କର ଇଚ୍ଛା ବୋଲି ବର୍ବରିକ୍ ସର୍ତ୍ତ ରଖିଥିଲେ। ପ୍ରଭୁ ଶ୍ରୀକୃଷ୍ଣ ଏହି ସର୍ତ୍ତରେ ରାଜି ହୋଇଯାଇଥିଲେ। ଆଉ ବର୍ବରିକ୍ଙ୍କ କଟା ମୁଣ୍ଡକୁ ଏମିତି ଏକ ପାହାଡ଼ର ଶୀର୍ଷରେ ରଖିଦେଇ ଥିଲେ ଯେ, ସେ ପୂରା ମହାଭାରତ ଯୁଦ୍ଧର ଦୃଶ୍ୟକୁ ଦେଖିପାରିଥିଲେ।
from OdishaReporter https://ift.tt/2Lz47nu


No comments:
Post a Comment