ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା

house

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗାଁର ରବି ବେହୁରିଆଙ୍କ ସ୍ତ୍ରୀଙ୍କୁ ସେହି ଗାଁର ବବୁଆ ମହାନ୍ତି ନାମକ ଜଣେ ଯୁବକ ଶିଳପୁଆରେ ଛେଚି ହତ୍ୟା କରିଛି। ମୃତ ମହିଳାଙ୍କ ନାଁ ଭକ୍ତିଲତା ବେହୁରିଆ(୫୫)। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଭକ୍ତିଲତାଙ୍କ ସ୍ୱାମୀ ବି ନିଖୋଜ ହୋଇ ଯାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ବବୁଆ ଓ ଭକ୍ତିଲତାଙ୍କ ସ୍ୱାମୀ ରବି ସାଙ୍ଗ ହୋଇ ଘରୁ ବାହାରକୁ ଯାଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍ ରବିଙ୍କ ଫୋନ୍‌ରୁ କଲ୍‌ ପାଇ ଭକ୍ତିଲତା କବାଟ ଖୋଲିଥିଲେ। କବାଟ ଖୋଲିବା ମାତ୍ରେ ବବୁଆ ଏକ ଶିଳପୁଆରେ ତାଙ୍କୁ ଆକ୍ରମଣ କରିଥିଲା।

ଭକ୍ତିଲତାଙ୍କ ଚିତ୍କାର ଶୁଣି ତାଙ୍କ ଝିଅ ଲିଜା ଭୟଭୀତ ହୋଇ ଫୋନ୍‌ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବବୁଆ ଲିଜା ଧରିଥିବା ଫୋନ୍‌କୁ ଫିଙ୍ଗି ଦେବା ସହ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା। ପରେ ପଡ଼ୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଧାମନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।



from OdishaReporter https://ift.tt/2K7ixFT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages