ଭିଏତନାମ୍‌ରେ ଭୟଙ୍କର ବନ୍ୟା: ୧୦ ମୃତ, ବ୍ୟାପକ କ୍ଷୟକ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଭିଏତନାମ୍‌ରେ ଭୟଙ୍କର ବନ୍ୟା: ୧୦ ମୃତ, ବ୍ୟାପକ କ୍ଷୟକ୍ଷତି

ଭିଏତନାମ୍‌: ଝଡ଼ବର୍ଷାରେ ଭିଏତନାମ୍‌ ବେହାଲ ହୋଇଛି। ବିଶେଷ କରି କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭିଏତନାମ୍‌ ଏହି ଝଡ଼ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ଷାଜନିତ ଅଘଟଣ ଯୋଗୁ ଏଯାଏ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ନିଖୋଜ ଅଛନ୍ତି। ସେହିପରି ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଝଡ଼ବାତ୍ୟା ‘ସନ୍ ତିନହା’ ବୁଧବାର ଭିଏତନାମ୍‌ରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା। ଫଳରେ ଥାନହା ହୋ ଏବଂ ନଗହେ ଆନ୍‌ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିଛି ସ୍ଥାନରେ ଘର ଭୁଶୁଡ଼ି ପଡ଼ିଥିବା ବେଳେ ବ୍ୟାପକ ଚାଷ ଜମିରେ ପାଣି ମାଡ଼ି ଯାଇଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଥିଲା ବେଳେ ଆଉ କିଛି ସ୍ଥାନରେ ଭୂସ୍ଖଳନ ଘଟିଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏବେ ବି ୧୧ ଜଣ ଲୋକ ନିଖୋଜ ଅଛନ୍ତି। ଭିଏତନାମ୍‌ର ରାଜଧାନୀ ହାନୋଇରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଓ ଭୀଷଣ ବର୍ଷା ଯୋଗୁ ୪ ହଜାର ବାସଗୃହ କ୍ଷତି ଗ୍ରସ୍ତ ହୋଇଛି। ୧୦ ହଜାର ହେକ୍ଟର୍‌ ଚାଷ ଜମିରେ ଫସଲହାନି ଘଟିଛି। ଆଗାମୀ ଦିନରେ ପାଣିପାଗ ବିଭାଗ ଆହୁରି ବର୍ଷା ନେଇ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାନୋଇର ବିଭିନ୍ନ ରାସ୍ତାରେ ବର୍ଷା ପାଣି ଲହଡ଼ୀ ମାରି ଘର ମଧ୍ୟରେ ପ୍ରବେଶ କରୁଛି। ଫଳରେ ଲୋକମାନେ ଉପର ମହଲା ଓ ଛାତ ଉପରେ ଆଶ୍ରୟ ନେଇଛନ୍ତି।



from OdishaReporter https://ift.tt/2LeqfDa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages