ଜଙ୍ଗଲରୁ ମିଳିଲା ରକେଟ ବୋମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଜଙ୍ଗଲରୁ ମିଳିଲା ରକେଟ ବୋମା

କେନ୍ଦୁଝର (ପ୍ରଣୟ ପାଣି): ଜଙ୍ଗଲରୁ ମିଳିଲା ରକେଟ ବୋମା। ଗୋରୁ ଚରାଳିଙ୍କଠାରୁ ଖବର ପାଇ ପୁଲିସ ଜଙ୍ଗଲରୁ ବୋମାକୁ ଜବତ କରିଛି। ମାଓବାଦୀମାନେ ନେବା ଗଲା ବେଳେ ବୋମାଟି ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ମାତ୍ର ଏନେଇ କେନ୍ଦୁଝର ପୁଲିସ ମୁହଁ ଖୋଲୁନାହିଁ। ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ଆଜି ସକାଳେ କେତେକ ଗୋରୁ ଚରାଳି ସଦର ଥାନା ସୁଆକାଟି ଗୋପାଳ ସାହି ପାର୍ଶ୍ୱ ଗନ୍ଧମାର୍ଦ୍ଦନ ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ଏକ ବାକ୍ସ ପଡ଼ିଥିବା ଦେଖି ଖୋଲିଥିଲେ। ମାତ୍ର ବୋମା ବୋଲି ଭାବି ପୁଲିସକୁ ଖବର ଦେଇଥିଲେ। ପୁଲିସ ବୋମା ନିଷ୍କ୍ରିୟ ଦଳ ସହାୟତାରେ ଉକ୍ତ ବୋମାକୁ ଉଦ୍ଧାର କରିଥିଲା। ଉକ୍ତ ଜଙ୍ଗଲରେ ବୋମା କେମିତି ପଡ଼ିଲା, ତାହା ଜଣାପଡ଼ି ନଥିବା ବେଳେ ଏହା ମାଓବାଦୀଙ୍କ କାର୍ଯ୍ୟକଳାପ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।



from OdishaReporter https://ift.tt/2JIIJpY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages