ଗୁମ୍ଫାରୁ ଉଦ୍ଧାର ହେଲେ ଆଉ ୪: ତଥାପି ଫସିରହିଛନ୍ତି ୪ ଖେଳାଳି , କୋଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ଗୁମ୍ଫାରୁ ଉଦ୍ଧାର ହେଲେ ଆଉ ୪: ତଥାପି ଫସିରହିଛନ୍ତି ୪ ଖେଳାଳି , କୋଚ୍‌

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଲୁଆଙ୍ଗ ଗୁମ୍ଫାରେ ଫସିରହିଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରୁ ସୋମବାର ଆଉ ୪ ଜଣଙ୍କୁ  ଉଦ୍ଧାର କରାଯିବା ପରେ ଅପରେଶନ କାର୍ଯ୍ୟରେ ଲାଗିଛି ବ୍ରେକ୍‌। ଅଦ୍ୟାବଧି ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଉଦ୍ଧାର କାର୍ଯ୍ୟକୁ ଦିନକ ପାଇଁ ବନ୍ଦ ରଖାଯାଇଛି। ବାକି ନିଖୋଜ ଖେଳାଳିଙ୍କୁ ଉଦ୍ଧାର ପାଇଁ ସମୟ ଲାଗିବ ବୋଲି  ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗୁମ୍ଫାଭିତରୁ ସତର୍କତାର ସହ ଖେଳାଳିଙ୍କୁ ଆଣିବାପରେ ତାଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା। ଅଷ୍ଟ୍ରେଲିଆ, ଚୀନ୍, ଇସ୍ରାଏଲ୍, ମ୍ୟାନ୍‌ମାର, ଫ୍ରାନ୍ସ ଓ ଅନ୍ୟ ଦେଶର ବିଶେଷଜ୍ଞ ଉଦ୍ଧାର କାମରେ ଲାଗିଛନ୍ତି।   ଅତ୍ୟାଧୁନିକ ଉପକରଣ ସହାୟତାରେ ଏହି ବିପଦପୂର୍ଣ୍ଣ ସ୍ଥାନରୁ ପିଲାଙ୍କୁ ବାହାରକୁ ଆଣିବା କାମ ଜାରି ରହିଛି। ଏବେ ବି ଗୁମ୍ଫା ଭିତରେ କୋଚ ଓ ୪ଜଣ ଖେଳାଳି ଫସି ରହିଛନ୍ତି।

ଉଦ୍ଧାରକାରୀଙ୍କ ମଧ୍ୟରେ ସ୍ପେଶାଲିଷ୍ଟ୍‌ ଡାଇଭର ବା ବୁଡ଼ାଳି ଅଛନ୍ତି। ସେହିପରି ଗୁମ୍ଫାରେ ଅମ୍ଳଜାନ ଅଭାବ ଥିବାରୁ  ଅମ୍ଲଜାନ ଟ୍ୟାଙ୍କ୍‌ର ସହାୟତା ନିଆଯାଇଛି। ଗତକାଲି ସକାଳ ଅପରେସନ୍ ‘କେଭ୍ ମେଜ୍ ବଟଲ ନେକ୍’ ଆରମ୍ଭ  ହେବା ପରେ ଟିମକୁ ପ୍ରଥମ ସଫଳତା ମିଳିଥିଲା। ପ୍ରଥମେ ୪ଜଣଙ୍କୁ ଉଦ୍ଧାର କରାଯାଇ ଥିଲା । ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି।

କିନ୍ତୁ ସଂକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କୁ ପରିବାର ଲୋକଙ୍କ ସହ ଭେଟିବାକୁ ଅନୁମତି ଦିଆଯାଉନାହିଁ। ଗତ ଜୁନ୍‌ ୨୩ ତାରିଖରେ ଏକ ମ୍ୟାଚ୍ ପରେ ୧୨ ଜଣ କିଶୋର ଖେଳାଳି ଓ ସେମାନଙ୍କ ୨୫ ବର୍ଷୀୟ କୋଚ୍ ଗୁମ୍ଫାରେ ପଶିଥିଲେ। ହେଲେ ବାଟ ହୁଡ଼ିଯିବାରୁ  ବାହାରି ପାରି ନ ଥିଲେ।  ବହୁ ଖୋଜା ଖୋଜି କରିବା ପରେ  ବ୍ରିଟିଶ ବିଶେଷଜ୍ଞଙ୍କ ଟିମ୍ ଏମାନଙ୍କୁ ଗୁମ୍ଫାରେ ଠାବ କରିଥିଲା। ଗୁମ୍ଫା ମୁହଁଠାରୁ ପ୍ରାୟ ୪ କିଲୋମିଟରେ ଦୂରରେ ଏମାନେ ଫସି ରହିଥିଲେ । ଏମାନଙ୍କ ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱ ଚକିତ ହୋଇଥିଲା।



from OdishaReporter https://ift.tt/2KYpKcj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages