
ଖୋର୍ଦ୍ଧା (ବଳରାମ ଲେଙ୍କା): ଅବକାରୀ ବିଭାଗର ନାକ ତଳେ ନିଶା ବେପାର। ଅବକାରୀ ଅଫିସ ଭିତରେ ଧଳା ଜହରର ହାଟ ବସିଛି। ସଉଦା କରୁଛନ୍ତି ବିଭାଗର କର୍ମଚାରୀ! ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପୁରୁଣା ଅଫିସ ଭିତରେ ଥିବା ଅବକାରୀ ଅଫିସରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।
ସମୟ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍। ନିସ୍ତବ୍ଧ ରାତିରେ ଜମିଛି ଭୋଜିଭାତର ଆସର। ଆଉ ସେହି ଆସର ଭିତରେ ମୁଲଚାଲ ହେଉଛି ବ୍ରାଉନସୁଗର୍ର ଦର। ନିଆଁ ଲଗାଇ ଦମ୍ ମାରିବା ପରେ ଖୋର୍ଦ୍ଧା ଅବକାରୀ ବିଭାଗର ଜଣେ କନ୍ଷ୍ଟେବଳ ଦରକୁ ନେଇ କରୁଛନ୍ତି ମୁଲଚାଲ। ହୋହଲ୍ଲାରେ କମ୍ପୁଛି ପରିବେଶ। ଏ ସମ୍ପର୍କରେ ଖବର ପାଇ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ।
ଖୋର୍ଦ୍ଧା ଅବକାରୀ ବିଭାଗ କନ୍ଷ୍ଟେବଳ ବିଶ୍ୱମ୍ଭର ବିଶ୍ୱାଳ କହିଛନ୍ତି,“ସାର୍ ପଠାଇଥିବାରୁ ଖବର ସଂଗ୍ରହ କରିବା ପାଇଁ ସାଆନ୍ତରାପୁର ଯାଇଥିଲି।”
ଖୋର୍ଦ୍ଧା ଅବକାରୀ ବିଭାଗର ଇନ୍ସପେକ୍ଟର ରଂଜନ କୁମାର ନାୟକ କହିଛନ୍ତି,“ସେ ଭଲ ଖବର ସଂଗ୍ରହ କରେ। ସେଥିପାଇଁ ହୁଏତ କାହା ସହିତ ମିଶି ଏପରି କାମ କରିଥିବା ଅନୁମାନ କରୁଛି।”

from OdishaReporter https://ift.tt/2uinvto
No comments:
Post a Comment